ଏହି କାରଣରୁ କମ୍‍ ବୟସର ବ୍ୟକ୍ତି ଅଧିକ ବୟସର ଦେଖାଯାଆନ୍ତି

0

ଲୋକମାନେ ନିଜର ଅସଲି ବୟସ ଲୁଚେଇବାକୁ ବହୁତ କିଛି ଉପାୟ ଆପଣେଇ ଥାନ୍ତି। କେତେବେଳେ ଚୁଟିକୁ ରଙ୍ଗ ଦ୍ୱାରା କଳା କରନ୍ତି ତ କେତେବେଳେ ପାର୍ଲର ସାହର୍ଯ୍ୟ ନେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ସକାଳୁ ଉଠି ଏପରି କିଛି ଭୁଲ ଦ୍ୱାରା କମ୍‍ ବୟସର ବ୍ୟକ୍ତିମାନେ ଅଧିକ ବୟସର ଦେଖାଯାଇଥାନ୍ତି।
ଆସନ୍ତୁ ଜାଣିବା କେଉଁ ଭୁଲ ଦ୍ୱାରା କମ ବୟସର ବ୍ୟକ୍ତି ଅଧିକ ବୟସର ଦେଖାଯାଆନ୍ତି।


ଗରମ ପାଣି:
କେତେକ ବ୍ୟକ୍ତିଙ୍କର ସକାଳୁ ଉଠି ଗରମ ପାଣିରେ ଗାଧୋଇବା ଅଭ୍ୟାସ ଥାଏ। ଏପରି କରିବା ଦ୍ୱାରା ବ୍ୟକ୍ତିର ମୁହଁରେ ସମୟ ଆଗରୁ କୁଞ୍ଚନ ସୃଷ୍ଟି ହୋଇଥାଏ। ଯାହାଦ୍ୱାରା ସେମାନେ ଅଧିକ ବୟସର ଦେଖାଯାଆନ୍ତି।
ଜଳଖିଆ:
ଯେଉଁ ବ୍ୟକ୍ତିମାନେ ଶୀଘ୍ର ପହଞ୍ଚିବା ପାଇଁ ସକାଳେ ଜଳଖିଆ ଖାଆନ୍ତି ନାହିଁ। ସେହି ବ୍ୟକ୍ତିମାନେ ବୟସ ପୂର୍ବରୁ ବୁଢା ଦେଖାଯାଆନ୍ତି। ଜଳଖିଆ ନ ଖାଇବା ଦ୍ୱାରା ଶରୀର ଅନେକ ସମୟ ପର୍ଯ୍ୟନ୍ତ ଭୋକିଲା ରହିଥାଏ। ଯାହାଦ୍ୱାରା ଶରୀରକୁ ସଠିକ ରୂପେ ଏନର୍ଜି ମିଳି ପାରେ ନାହିଁ ଓ ଥକ୍କା ଲାଗେ। ବେଳେବେଳେ ଏହି ଅଭ୍ୟାସ ଅନେକ ରୋଗର ମୁଖ୍ୟ କାରଣ ହୋଇଥାଏ।


ଡେରି ପର୍ଯ୍ୟନ୍ତ ଶୋଇବା:
ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଅନେକ କାମ ଡେରିରେ ହୋଇଥାଏ। ସକାଳୁ ଶୀଘ୍ର ନ ଉଠିବା ଦ୍ୱାରା ଶାରୀରିକ ଗଠନରେ ବିଷମତା ଦେଖାଦେଇଥାଏ। ଏହାଦ୍ୱାରା ଗ୍ୟାସ୍‍, ପେଟ ଯନ୍ତ୍ରଣା ପରି ସମସ୍ୟା ସୃଷ୍ଟି ହୋଇଥାଏ।

Leave A Reply