ଜାଣନ୍ତୁ କର୍କଟ ରୋଗ କ’ଣ ଓ ଏହାର କାରଣ !

0

କର୍କଟ ଏଭଳି ଏକ ରୋଗ ଯାହା ଶରୀରରେ ଯେକୌଣସି କୋଷିକାରେ ଅନିୟନ୍ତ୍ରିତ ଭାବରେ ବ୍ୟାପିଥାଏ। ପ୍ରଥମେ ଶରୀରର ଗୋଟିଏ ଅଂଶରେ ହୋଇଥିବା କର୍କଟ ରୋଗକୁ ପ୍ରାଇମେରୀ ଟ୍ୟୁମର ବୋଲି କୁହାଯାଏ। ଏହା ପରେ ଅନ୍ୟ ଅଂଶରେ ହେଲେ ତାହାକୁ ମେଟାଷ୍ଟେଟିକ୍ ବା ସେକେଣ୍ଡାରୀ କର୍କଟ କୁହାଯାଏ।

ସେକେଣ୍ଡାରୀ କ୍ୟାନ୍ସର: ସେକେଣ୍ଡାରୀ କ୍ୟାନ୍ସର ପ୍ରାଇମେରୀ କ୍ୟାନ୍ସର ଭଳି ହୋଇଥାଏ। କିନ୍ତୁ ଏହି ଶବ୍ଦଟିକୁ ଶରୀରରେ ଅଧିକ ମାତ୍ରାରେ ବ୍ୟାପିଥିବା ଟ୍ୟୁମର ପାଇଁ ବ୍ୟବହାର କରାଯାଏ।

କର୍କଟ ରୋଗର ୪ଟି ମୁଖ୍ୟ ଅବସ୍ଥା: ପ୍ରଥମ ଓ ଦ୍ବିତୀୟ ଅବସ୍ଥାରେ କର୍କଟର ଟ୍ୟୁମର ଛୋଟ ହୋଇଥାଏ। ଏହା ଆଖାପଖ ଟିସୁ(ମାଂସପେଶୀ)କୁ ବ୍ୟାପି ନଥାଏ ।

ତୃତୀୟ ଅବସ୍ଥାରେ କର୍କଟ ବିକଶିତ ହୋଇ ଯାଇଥାଏ। ଏହି ସମୟରେ ଟ୍ୟୁମର ବଡ ହୋଇ ଯାଇଥାଏ ଏବଂ ଅନ୍ୟ କୋଷିକାକୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ।

ଚତୁର୍ଥ ଅବସ୍ଥାରେ କର୍କଟ ଶରୀରର ଅନ୍ୟାନ୍ୟ ତନ୍ତ୍ରୀକୁ ବ୍ୟାପି ଯାଇଥାଏ। ଏହାକୁ ଶେଷ ଅବସ୍ଥା ବା ମେଟାଷ୍ଟେଟିକ୍ ବୋଲି କୁହାଯାଏ।

କିପରି ବ୍ୟାପିଥାଏ କର୍କଟ: କର୍କଟ ତିନି ପ୍ରକାର ଶରୀରରେ ବ୍ୟାପିଥାଏ। ପ୍ରଥମ ପର୍ଯ୍ୟାୟରେ ଟ୍ୟୁମର ଆଖପାଖ ଅଙ୍ଗ ନିକଟରେ ପହଞ୍ଚିଯାଇଥାଏ। ଯେପରି ପେଟରେ ଟ୍ୟୁମର ହେଲେ ମୂତ୍ରାଶୟକୁ ମଧ୍ୟ ବ୍ୟାପି ଯାଇଥାଏ।

କର୍କଟ ରକ୍ତକୁ ବ୍ୟାପି ଯାଇଥାଏ। ଏହାକୁ ହେମାଟୋଜିନସ୍ ସ୍ପେ୍ରଡ କୁହାଯାଏ। ଏଥିରେ କର୍କଟ କୋଷିକା ପ୍ରାଇମେରୀ ଟ୍ୟୁମରୁ ଭାଙ୍ଗି ରକ୍ତରେ ମିଶିଥାଏ। ପରେ ଏହାର ଶରୀରର ଅନ୍ୟ ଅଂଶକୁ ବ୍ୟାପି ଯାଇଥାଏ ।

କର୍କଟ ଲକ୍ଷଣ: ସାଧାରଣତଃ ଶରୀରର ଲିମ୍ଫୋଟିକ୍‌ ସିଷ୍ଟମ୍‌ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା କୋଷିକାକୁ ନିୟନ୍ତ୍ରଣ କରିଥାଏ। କ୍ୟାନ୍ସର ହେଲେ ସେହି ଲିମ୍ଫୋଟିକ୍‌ ସିଷ୍ଟମ୍‌ ପ୍ରାୟତଃ ଅଚଳ ହୋଇପଡ଼େ ଏବଂ ରୋଗ ପ୍ରତିରୋଧକ କୋଷିକା ଦୁର୍ବଳ ହୋଇଯାଏ। ତେଣୁ କର୍କଟରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ଓଜନ କମିବା, ଜ୍ବର ହେବା, ଭୋକ ନ ହେବା, ହାଡରେ କଷ୍ଟ ଅନୁଭବ ହେବା ଓ ପାଟିରୁ ରକ୍ତ ପଡିବା ଏହି ସବୁ ଲକ୍ଷଣ ଦେଖିବାକୁ ମିଳେ। ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଭାରତରେ ୬୦ ପ୍ରତିଶତ ମୁହଁ,ସ୍ତନ ଓ ଗର୍ଭାଶୟରେ କର୍କଟ ରୋଗ ହୋଇଥାଏ। ଏହି ରୋଗର ପ୍ରଥମ ଅବସ୍ଥାରୁ ଚିକତ୍ସା ଆରମ୍ଭ ହେଲେ ଭଲ ହେବାର ସମ୍ଭାବନା ରହିଥାଏ ।

Leave A Reply