ବର୍ଷାଦିନେ ଫଳ ଖାଉଛନ୍ତି କି? ଏହି ଦିଗ ପ୍ରତି ସଚେତନ ରୁହନ୍ତୁ।
ବର୍ଷାଦିନରେ ସ୍ୱାସ୍ଥ୍ୟର ଠିକ ରୂପେ ଯତ୍ନ ନେବା ଆବଶ୍ୟକ ଅଟେ। ବର୍ଷାଦିନେ ଅନେକ ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ। ବର୍ଷାଦିନରେ ତାପମାତ୍ରାରେ ବାରମ୍ବାର ପରିବର୍ତ୍ତନ ହେବା ଦ୍ୱାରା ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ବର୍ଷାଦିନେ ଏଲର୍ଜି,ଜ୍ୱର ଥଣ୍ଡା,ଡାଇରିଆ,ଫ୍ଲୁ ଓ ଅନେକ ରୋଗ ହୋଇଥାଏ। ଏହି ଦିନରେ ସଫା ସୁତୁରା ରହିବା ସହ ନିଜ ଆଖପାଖ ଯାଗାକୁ ପରିଷ୍କାର ରଖନ୍ତୁ। ଏହି ଦିନରେ ଯଦି ଫଳ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି ତେବେ କିଛି ଦିଗ ପ୍ରତି ଧ୍ୟାନ ରଖନ୍ତୁ।
ଏହି ଦିଗ ପ୍ରତି ସଚେତନ ରୁହନ୍ତୁ:
ବର୍ଷା ଦିନରେ ତରଭୁଜ ପରି ଜଳୀୟ ଅଂଶ ଥିବା ଫଳ ଖାଆନ୍ତୁ ନାହିଁ। ଏହି ସମୟରେ ପରିବେଶ ଥଣ୍ଡା ହେବା କାରଣରୁ ଜଳୀୟ ଅଂଶ ଥିବା ଫଳରେ ବ୍ୟାକ୍ଟେରିଆ ଶୀଘ୍ର ଉତ୍ପନ ହୁଅନ୍ତି। ଏହି ବ୍ୟାକ୍ଟେରିଆ ଶରୀର ପାଇଁ କ୍ଷତିକାରକ ହୋଇଥାନ୍ତି।
ବର୍ଷାରେ ଗରମ ଦିନରେ ଉପଲବ୍ଧ ହେଉଥିବା ଫଳ ଖାଇବା ଅନୁଚିତ। ଏଥିରେ ବର୍ଷାଦିନ ହେବା କାରଣରୁ ପୋକ ଜନ୍ମ ହୋଇଯାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇଥାଏ।
ସର୍ବଦା ସତେଜ ଫଳ ଖାଇବା ବେଳେ କାଟି କରି ଖାଆନ୍ତୁ। ଫଟା ଥିବା ଫଳ ଖାଆନ୍ତୁ ନାହିଁ କାରଣ ଏଥିରେ ପୋକ ଥିବାର ସମ୍ଭାବନା ରହିଥାଏ। ପୋକ ରହିଥିବା ଫଳ ବିଷାକ୍ତ ହୋଇଥାଏ। ଏହି ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ।
ଫଳରୁ ଚୋପା ଛଡାଇଲେ ମଧ୍ୟ ଫଳକୁ ଭଲ ଭାବରେ ଧୋଇ କରି ଖାଆନ୍ତୁ। କାରଣ ଚୋପା ଛଡା ହୋଇଥିବା ଫଳରେ ଜୀବାଣୁ ଶୀଘ୍ର ପ୍ରବେଶ କରନ୍ତି। ଏହି ଜୀବାଣୁ ଶରୀର ଭିତରେ ପ୍ରବେଶ କରି ଅନେକ ରୋଗର କାରଣ ହୋଇଥାନ୍ତି।
କଟା ହୋଇଥିବା ଫଳକୁ ଫ୍ରିଜରେ ରଖନ୍ତୁ ନାହିଁ। ବଳିଥିବା ଫଳକୁ ଖାଆନ୍ତୁ ନାହିଁ।
ବଜାରରେ ମିଳୁଥିବା ଫଳ ଜୁସ୍ ପିଅନ୍ତୁ ନାହିଁ। ରାସ୍ତା କଡରେ ମିଳୁଥିବା କଟା ଫଳକୁ ଖାଆନ୍ତୁ ନାହିଁ।