www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ : ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ରାଉରକେଲା ରାଜ୍ୟରେ ଦ୍ଵିତୀୟ

ରାଉରକେଲା : ସ୍ଵଛ ସର୍ବେକ୍ଷଣ ୨୦୨୦ରେ ଗତବର୍ଷ ଅପେକ୍ଷା ଚଳିତ ଥର ବେଶ ଭଲ ପ୍ରଦର୍ଶନ କରିଛି ରାଉରକେଲା। ଗତବର୍ଷ ସର୍ବଭାରତୀୟ ସ୍ତରରେ ୩୫୩ ସ୍ଥାନରେ ଥିବାବେଳେ ଚଳିତ ଥର ୧୫୬ ସ୍ଥାନକୁ ଉନ୍ନୀତ ହୋଇଛି। ୧ ଲକ୍ଷ ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଏଥର ବ୍ରହ୍ମପୁର ସହର ପରେ ରାଜ୍ୟର ସ୍ଵଛ ସହର ତାଲିକାରେ ଦ୍ଵିତୀୟ ସ୍ଥାନ ହାସଲ କରିଛି ରାଉରକେଲା। ସମୁଦାୟ ୬୦୦୦ ନମ୍ବରରୁ ୨୭୯୪. ୫୫ ନମ୍ବର ରଖିଛି ରାଉରକେଲା ମହାନଗର ନିଗମ। ପ୍ରଥମେ ଓଡ଼ିଏଫ ଏବଂ ପରେ ଓଡ଼ିଏଫ ପ୍ଲସ ପ୍ଲସ ସହର ଭାବେ ରାଉରକେଲା ପୂର୍ବରୁ ମାନ୍ୟତା ପାଇସାରିଛି। ଗାରବେଜ ଫ୍ରି ସିଟି ଷ୍ଟାର ରାଙ୍କିଙ୍ଗରେ ୱାନ ଷ୍ଟାର ରାଙ୍କିଙ୍ଗ ପାଇଛି।
ତେବେ ଏଥିରେ ମହାନଗର ନିଗମ କର୍ତ୍ତୃପକ୍ଷ ବିଶେଷ ସନ୍ତୁଷ୍ଟ ନଥିଲେ ହେଁ ଆଗକୁ ସହରକୁ ଆହୁରି ସ୍ଵଛ ରଖିବା ଲାଗି ଭରପୂର ପ୍ରୟାସ କରାଯିବ ବୋଲି କହିଛନ୍ତି। ବର୍ତମାନ ଯାହା କିଛି କିଞ୍ଚିତ ସଫଳତା ମିଳିଛି ତାହାର ଶ୍ରେୟ ନିଶ୍ଚିତ ଭାବେ ରାଉରକେଲା ବାସୀଙ୍କର ଏବଂ ସେମାନଙ୍କ ସହଯୋଗ ମିଳିଲେ ଆଗାମୀ ଦିନରେ ରାଉରକେଲା ସ୍ଵଛ ସହର ତାଲିକାରେ ଆହୁରି ଉପରକୁ ଉଠିପାରିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏବେ ସହରର ସମସ୍ତ ଗୋଷ୍ଠୀ ଶୌଚାଳୟ ଓ ସର୍ବ ସାଧାରଣ ଶୌଚାଳୟର ଉନ୍ନତିକରଣ କାମ ହାତକୁ ନିଆଯାଇଛି। ଆଗକୁ ଏହାର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯିବ। ଫଳରେ ମହିଳା ସଶକ୍ତିକରଣ ସାଙ୍ଗକୁ ସ୍ଵଛ ଶୌଚାଳୟର ଲକ୍ଷ ସାଧିତ ହୋଇପାରିବ। ଏତଦବ୍ୟତୀତ ସେଠାରେ ଉନ୍ନତ ଉପକରଣ ସବୁ ମଧ୍ୟ ଲଗାଯିବ। ସାଇଣ୍ଟିଫିକ ଲ୍ୟାଣ୍ଡଫିଲ ସାଇଟ, କନଷ୍ଟ୍ରକସନ ଓ ଡେମୋଲିସନ ୱେଷ୍ଟ ପରିଚାଳନା, ଆବର୍ଜନା ପରିଚାଳନାରେ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ, ଅତ୍ୟାଧୁନିକ ଯାନ୍ତ୍ରିକ ଉପକରଣ ତଥା ଗାଡିର ବ୍ୟବହାରଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମାଇକ୍ରୋ କଂପୋଷ୍ଟିଂ ସେଣ୍ଟର କାମ ଏବେ ଜୋରସୋରରେ ଚାଲିଛି। ଖୁବ ଶୀଘ୍ର ଏସବୁ କାମ ଶେଷ ହେଲେ, ରାଉରକେଲା ସ୍ଵଛ ସର୍ବେକ୍ଷଣ ୨୦୨୧ ରେ ନିଶ୍ଚୟ ଭଲ ନମ୍ବର ରଖିଵ ବୋଲି ନିଗମ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି। ସମସ୍ତ ସଫେଇ କର୍ମଚାରୀ ଓ ଅନ୍ୟମାନଙ୍କୁ ସେମାନଙ୍କ ସେବା ଲାଗି କର୍ତ୍ତୃପକ୍ଷ ଧନ୍ୟବାଦ ଜଣାଇବା ସହ ଆଗକୁ ଆହୁରି ଉତ୍ତମ ପ୍ରଦର୍ଶନ ନିମନ୍ତେ ପରାମର୍ଶ ଦେଇଛନ୍ତି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories