www.samajalive.in
Sunday, December 7, 2025
23.1 C
Bhubaneswar

ଝାରସୁଗୁଡା ବିମାନ ବନ୍ଦରରେ ଅପହରଣ ନିରୋଧ ଅଭ୍ୟାସ

 

ଝାରସୁଗୁଡା : ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅପହରଣ ନିରୋଧ ଅଭ୍ୟାସ (Anti hijacking muck drill) ଅନୁଷ୍ଠିତ ହୋଇଯାଇଛି । ଗୁରୁବାର  ବିମାନବନ୍ଦରରେ ଏହି ଅଭ୍ୟାସ କରାଯାଇଥିଲା ।
ଆତଙ୍କବାଦୀ କିମ୍ୱା କୌଣସି ଶତ୍ରୁ ଯଦି ବିମାନ ବନ୍ଦରକୁ ପଶିବା ଓ ବିମାନ ଅପହରଣର ଆଶଙ୍କା ରହିଛି । ଯଦି ଏପରି ଘଟେ ତେବେ ବିମାନ ବନ୍ଦର ସୁରକ୍ଷା ସୁରକ୍ଷାକର୍ମୀ ଏହାକୁ ପ୍ରତିହତ କରିବାପାଇଁ ସଦା ସର୍ବଦା ପ୍ରସ୍ତୁତ ରହିଥାନ୍ତି । ବିମାନ ଅପହରଣ ଉଦ୍ୟମ ପଣ୍ଡ କରିବା ସହ ଆତଙ୍କବାଦୀଙ୍କୁ କାବୁ କରିବାକୁ ସକ୍ଷମ। ଏହା ପ୍ରତିପାଦିତ କରିବା ପାଇଁ ଏହି ଅପହରଣ ନିରୋଧ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା ।

- Advertisement -

ଅଭ୍ୟାସରେ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସାମିଲ ହୋଇ ନିଜର ସୁରକ୍ଷା କୌଶଳ ଓ ପ୍ରସ୍ତୁତି ଦେଖାଇଥିଲେ। ବର୍ଷକୁ ଦୁଇରୁ ତିନିଥର ଏହିଭଳି ଅଭ୍ୟାସ କରାଯାଇଥାଏ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲାର ଅନ୍ୟ ସରକାରୀ ପଦାଧିକାରୀ ଉପସ୍ଥିତ ରହି ବିମାନ ବନ୍ଦର ର ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତିକୁ ତଦାରଖ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories