www.samajalive.in
Monday, December 8, 2025
16.1 C
Bhubaneswar

ସଲମାନ୍‌ ଖାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରୁଥିଲା ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଶ୍ନୋଇ, ୩ ଦିନ ଧରି ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ସାର୍ପ ସୁଟର ରାହୁଲ

ଫରିଦାବାଦ୍ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର । ହରିୟାଣା ଫରିଦାବାଦରେ ୨ ମାସ ପୂର୍ବରୁ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତର ଗିରଫଦାରୀ ପରେ ପଚରାଉଚରାରୁ ମିଳିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ପୁଲିସ ହେପାଜତରେ ଥିବା ସାର୍ପ ସୁଟର ରାହୁଲ ସାଙ୍ଗା କହିବା ଅନୁସାରେ ସଲମାନ ଖାନଙ୍କ ହତ୍ୟା ଷଡ଼ଯନ୍ତ୍ର ଚାଲିଥିଲା। କିନ୍ତୁ ଲକଡାଉନ୍ ଯୋଗୁଁ ଏହି ଷଡ଼ଯନ୍ତ୍ର ସଫଳ ହୋଇପାରିନଥିଲା। ଏହି ଷଡ଼ଯନ୍ତ୍ର ହରିୟାଣା,ପଞ୍ଜାବ ଏବଂ ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଗ୍ୟାଙ୍ଗ ରଚିଥିଲା। ଗ୍ୟାଙ୍ଗର ଶାର୍ପ ସୁଟର ରାହୁଲ ଓରଫ ସାଙ୍ଗାକୁ ଫରିଦାବାଦ ପୁଲିସ୍ ଅଗଷ୍ଟ ୧୫ତାରିଖରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା। ରାହୁଲ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ମୁମ୍ବଇରେ ସଲମାନଙ୍କ ଘରର ରେକି ବି କରିଥିବା ଜଣାପଡିଛି । ଗତ ଜାନୁଆରୀରୁ ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ସୂଚନା ମିଳିଛି । ଗ୍ୟାଙ୍ଗ ମୁଖ୍ୟ ଲରେନ୍ସ ବିଶ୍ନୋଇ ବର୍ତ୍ତମାନ ରାଜସ୍ଥାନ ଭରତପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛି ।

ସୂଚନା ଅନୁସାରେ, ଫରିଦାବାଦ ପୁଲିସ ୨୭ବର୍ଷିୟ ସାର୍ପ ସୁଟର ରାହୁଲ ସାଙ୍ଗା ଓରଫ ବାବାକୁ ଗିରଫ କରିଛି । ପୁଲିସ କହିବା ଅନୁଯାୟୀ, ରାହୁଲ ଚଳିତ ବର୍ଷ ଜାନୁୟାରୀରେ ମୁମ୍ବଇର ବାନ୍ଦ୍ରା ଯାଇଥିଲା ଯେଉଁଠାରେ ସଲମାନ ଖାନଙ୍କ ଘର ରହିଛି । ରାଜସ୍ଥାନର ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲାରେନ୍ସ ବିଶ୍ନୋଇଙ୍କ ନିର୍ଦ୍ଦେଶରେ ସଲମାନ ଖାନଙ୍କ ଘର ଏବଂ ସଲମାନ ଖାନଙ୍କ ଗତିବିଧି ଉପରେ ତିନିଦିନ ଧରି ନଜର ରଖିବା ସହ ତାଙ୍କର ରେକି କରିଥିଲା ।

- Advertisement -

ଫରିଦାବାଦ ଡିସିପିଙ୍କ କହିବା ଅନୁସାରେ ଶାର୍ପ ସୁଟର ରାହୁଲକୁ ପଚରାଉଚୁରାରେ ସଲମାନଙ୍କ ହତ୍ୟା ଷଡ଼ଯନ୍ତ୍ରର ଖୁଲାସା କରାଯାଇଥିଲା । ରାହୁଲ କହିଥିଲା ଯେ ତାକୁ ରାଜସ୍ଥାନ ଭରତପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ମୁମ୍ବଇ ଯାଇ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ୍ ଦେଇଥିଲା। କିନ୍ତୁ ଏହା ପୂର୍ବରୁ ଲକଡାଉନ୍ ହୋଇଯାଇଥିଲା। ୨୦୧୯ମସିହା ଡିସେମ୍ବରରେ ରାହୁଲ ଦିଲ୍ଲୀରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ନରେଶ ଶେଟ୍ଟୀକୁ ପୁଲିସ ଆଖିରେ ଲଙ୍କାଗୁଣ୍ଡ ପକାଇ ପୁଲିସ କବଳରୁ ମୁକୁଳାଇଥିଲା।

ଲରେନ୍ସ ବିଶ୍ନୋଇ କଳା ହରିଣ ଶିକାରକୁ ନେଇ ସଲମାନ ଖାନଙ୍କୁ ପୂର୍ବରୁ ହତ୍ୟା କରିବାକୁ ଧମକ ଦେଇଥିଲା। ଲରେନ୍ସ ବିଶ୍ନୋଇ କଳା ସଲମାନ କଳା ହରିଣ ଶିକାର ନେଇ ହତ୍ୟା ଧମକ ଦେବା ପଛର କାରଣ ହେଉଛି ରାଜସ୍ଥାନର ବିଶ୍ନୋଇ ସମାଜ କଳା ହରିଣକୁ ପୂଜା କରନ୍ତି। ସଲମାନ ଖାନଙ୍କ ବିରୋଧରେ କଳା ହରିଣ ମାରିବାର ଯେଉଁ ଅଭିଯୋଗ ହୋଇଥିଲା ତାହାର ମୋକଦ୍ଦମା ମଧ୍ୟ ବିଶ୍ନୋଇ ସମାଜ ଲଢ଼ୁଛି। ଲରେନ୍ସ ନିଜେ ବିଶ୍ନୋଇ ସମାଜର ଏଥିପାଇଁ ଲରେନ୍ସର ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ବୋଲି ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories