www.samajalive.in
Tuesday, December 9, 2025
16.1 C
Bhubaneswar

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ : ରାଜନୀତି ସହିତ କୌଣସି ସଂପର୍କ ନାହିଁ, ଏହା ନ୍ୟାୟର ବିଜୟ

 

ପାଟନା : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ସ୍ବାଗତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତି ସହିତ ଏହାର କୌଣସି ସଂପର୍କ ନାହିଁ, ଏହା ହେଉଛି ନ୍ୟାୟର ବିଜୟ।

- Advertisement -

ସୂଚନା ଯୋଗ୍ୟ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପାଟନାରେ ଦିଆଯାଇଥିବା ଏଫଆଇଆରର ତଦନ୍ତ  ସିବିଆଇ ଦ୍ବାରା କରିବା ପାଇଁ ବିହାର ସରକାରଙ୍କ ସୁପାରିଶକୁ ବୁଧବାର ସୁପ୍ରିମକୋର୍ଟ ଯଥାର୍ଥ ବୋଲି କହିଛନ୍ତି। ଏହି ଏଫ୍ଆଇଆର୍ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂଙ୍କ ଦ୍ବାରା ଦାଖଲ କରାଯାଇଥିଲା।

ଜଷ୍ଟିସ ଋଷିକେଶ ରାୟଙ୍କ ଏକକ ଖଣ୍ଡପୀଠ ତାଙ୍କ ଶୁଣାଣିରେ କହିଛନ୍ତି ଯେ, ବିହାର ସରକାର ଏହି ମାମଲାକୁ ସିବିଆଇ ତଦନ୍ତ ପାଇଁ ହସ୍ତାନ୍ତର କରିବାକୁ ସକ୍ଷମ ହୋଇଥିଲେ। ସେ କହିଛନ୍ତି ଯେ ରାଜପୁତଙ୍କ ପିତାଙ୍କ ଅଭିଯୋଗ ଉପରେ ବିହାର ପୋଲିସ ପକ୍ଷରୁ ଏଫ୍ଆଇଆର୍ ଦାଖଲ କରାଯାଇଥିଲା ଏବଂ ଏହାକୁ ସିବିଆଇକୁ ହସ୍ତାନ୍ତର କରିବା ଆଇନସମ୍ମତ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ : ଉପ-ମୁଖ୍ୟମନ୍ତ୍ରୀ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହିଛନ୍ତି ଯେ, ବିହାରରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ସିବିଆଇକୁ ଅନୁମତି ଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories