www.samajalive.in
Tuesday, December 9, 2025
19.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ, ସୁପ୍ରିମକୋର୍ଟ ଶୁଣାଇଲେ ଚୂଡାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଏନେଇ ଆଜି ସୁପ୍ରିମକୋର୍ଟ ଚୁଡାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି।  ଏଥି ସହିତ ସୁଶାନ୍ତ ମୃତ୍ୟୁ ମାମଲାର ସମସ୍ତ ଦଲିଲକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମୁମ୍ବଇ ପୁଲିସକୁ ସୁପ୍ରିମେକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ ବିହାର ସରକାର ଏହି ମାମଲାକୁ ସିବିଆଇକୁ ପଠାଇବାକୁ ଅଧିକାର ଅଛି। ସିବିଆଇ ଚାହିଁଲେ ସୁଶାନ୍ତ ମୃତ୍ୟୁ ମାମଲାରେ ଏକ ନୂଆ ମାମଲା ଦାଖଲ କରିପାରିବ। ଏଥି ସହିତ ସୁଶାନ୍ତ ମୃତ୍ୟୁ ମାମଲା ସହ ଜଡିତ ଯଦି କୌଣସି ମାମଲା ଦାୟର କରାଯାଏ ତେବେ ସେ ସସବୁର ତଦନ୍ତ ମଧ୍ୟ ସିବିଆଇ କରିବ ।

ସୁଶାନ୍ତଙ୍କ ପିତା କେ.କେ ସିଂ ବିହାରରେ ରିୟାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହାକୁ ମୁମ୍ବଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆବେଦନ କରିଥିଲେ। ଏଥି ସହିତ ଏହି ମାମଲର ତଦନ୍ତ ସିବିଆଇ ବଦଳରେ ମୁମ୍ବଇ ପୁଲିସ କରୁବୋଲି ମହାରାଷ୍ଟ୍ର ସରକାର ଚାହୁଁଥିଲେ । କିନ୍ତୁ ସୁପ୍ରିମକୋର୍ଟ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଗତ ମଙ୍ଗଳବାର ଶୁଣାଣି ପରେ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ରାୟ ସଂରକ୍ଷିତ ରଖିଥିଲେ। ବିହାର ସରକାରଙ୍କ ବରିଷ୍ଠ ଆଡଭୋକେଟ ମନିନ୍ଦର ସିଂ, ମହାରାଷ୍ଟ୍ର ସରକାରଙ୍କ ଅଭିଷେକ ମନୁ ସିଂଭି, ସୁଶାନ୍ତ ସିଂ ରାଜପୁତଙ୍କ ପରିବାରରୁ ଶ୍ୟାମ ଡିଭାନ ରିୟା ଏବଂ ବିକାଶ ସିଂ ଏହି ମାମଲରେ ନିଜ ପକ୍ଷ ସୁପ୍ରିମକୋର୍ଟରେ ରଖିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories