www.samajalive.in
Sunday, December 7, 2025
26.1 C
Bhubaneswar

ସିବିଆଇ ନା ମୁମ୍ବଇ ପୁଲିସ.. କିଏ କରିବ ସୁଶାନ୍ତ ସିଂହ ରାଜ୍‌ପୁତ ମୃତ୍ୟୁ ମାମଲାର ତଦନ୍ତ? ଆଜି ସୁପ୍ରିମକୋର୍ଟ ଶୁଣାଇବେ ନିଷ୍ପତ୍ତି

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି। କିନ୍ତୁ ଏବେ ସୁଦ୍ଧା ଏହି ମାମଲାର ଯାଞ୍ଚ କିଏ କରିବ ତାହା ସ୍ଥିର ହୋଇପାରୁନାହିଁ। ଯାହା ଫଳରେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିପାରୁ ନାହିଁ। ଏହାରି ମଧ୍ୟରେ ସୁଶାନ୍ତ ମୃତ୍ୟୁ ଘଟଣାର ତଦନ୍ତ କିଏ କରିବ? ସିବିଆଇ ନା ମୁମ୍ବଇ ପୁଲିସ। ଏହା ଉପରେ ସୁପ୍ରିମକୋର୍ଟ ଆଜି ଚୂଡାନ୍ତ ନିଷ୍ପତ୍ତି ଶୁଣାଇବେ।

ଆଜି ସକାଳେ ୧୧ଟାବେଳେ ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇବେ। ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇବେ। ବିହାର ପୁଲିସରୁ ମହାରାଷ୍ଟ୍ର ପୁଲିସକୁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ସ୍ଥାନାନ୍ତର କରିବାକୁ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ପ୍ରକାଶ କରିବେ। ଏହାସହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାଁ ମୁମ୍ବଇ ପୁଲିସ ସେ ନେଇ ନିଷ୍କର୍ଷ ବାହାରିବ । ସର୍ବୋଚ୍ଚନ୍ୟାୟାଳୟ ଅଗଷ୍ଟ ୧୧ ରେ ଶେଷ ଶୁଣାଣିରେ ଏହାର ରାୟ ସଂରକ୍ଷିତ ରଖିଥିଲେ ଏବଂ ସମସ୍ତ ପକ୍ଷଙ୍କୁ ଏହି ମାମଲାରେ ନିଜର ମତ ଦାଖଲ କରିବାକୁ କହିଥିଲେ। ସୁଶାନ୍ତଙ୍କ ସହ ସମ୍ପର୍କ ରଖିଥିବା ରିୟା ଚକ୍ରବର୍ତ୍ତୀ ଏହି ଘଟଣାରେ ବିହାର ପୋଲିସ କିପରି ଏଫ୍ଆଇଆର୍ ପଞ୍ଜୀକୃତ କରିଛି ସେନେଇ ପ୍ରଶ୍ନ ଉଠାଇ ପାଟନାରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଯୁକ୍ତି ବାଢିଥିଲେ।

- Advertisement -

ସିବିଆଇ ଯଦି ଏହି ମାମଲାର ତଦନ୍ତ କରିବ ତେବେ ଏହାର ନ୍ୟାୟିକ ପରିସର ପାଟନା ରହିବ ନା ମୁମ୍ବଇ ତାହା ମଧ୍ୟ ନିଷ୍ପତ୍ତି ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଥିବାବେଳେ ଏହାର ନ୍ୟାୟିକ ପରିସରକୁ ନେଇ ବିବାଦ ଦେଖାଯାଇଛି। ବିହାର ପୁଲିସର ଏତଲା ଆଧାରରେ ସିବିଆଇ ମାମଲା ରୁଜୁ କରିଛି। ତେବେ ଏହା ପୂର୍ବରୁ ଅଗଷ୍ଟ ୫ରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ବିହାର ପୁଲିସରେ ରୁଜୁ ମାମଲାର ତଦନ୍ତ ମୁମ୍ବଇକୁ ସ୍ଥାନାନ୍ତର କରିବାକୁ ପିଟିସନ ଦାୟର କରିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories