www.samajalive.in
Sunday, December 7, 2025
23.1 C
Bhubaneswar

ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ଓଡ଼ିଶାର ଦୁଇ ଗାଁ ; ୟୁନେସ୍କୋ ପକ୍ଷରୁ ମିଳିଛି ମାନ୍ୟତା

ଭୁବନେଶ୍ବର : ଗାଁକୁ ସୁନାମିରୁ ରକ୍ଷା ପାଇବା ପାଇଁ ଅଛି ଏକ ଆଶ୍ରୟ ଗୃହ, ସଙ୍କେତ ମିଳିବା ମାତ୍ରେ ରାଡାର ଲୋକଙ୍କୁ ସତର୍କ କରାଇ ଦେଉଛି। ରାଜ୍ୟର ଦୁଇଟି ଗାଁକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ଗାଁର ମାନ୍ୟତା ମିଳିଛି। ତେବେ ସେମାନଙ୍କୁ ୧୧ଟି ଭିନ୍ନ ମାନଦଣ୍ଡ ଦେଇ ଗତି କରିବାକୁ ପଡିବ।

ଗାଁର ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ଯୋଜନା ରହିଛି। ସେମାନଙ୍କ ପାଖରେ ଗାଁରେ ଥିବା କଚ୍ଚା ଘର, ବୃଦ୍ଧ, ଭିନ୍ନକ୍ଷମ, ବିଧବା ଏବଂ ଅସୁରକ୍ଷିତ ଲୋକ ବାସ କରୁଥିବା ସଂପର୍କରେ ବିବରଣୀ ରହିଛି। ସୁନାମି ଆସିବା ପରେ କ’ଣ କରିବା ଉଚିତ, କେଉଁ ସ୍ଥାନ ସୁରକ୍ଷିତ ଏବଂ ଲୋକଙ୍କୁ କିପରି ବଞ୍ଚାଇ ପାରିବେ ଏବଂ ଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବେ, ସେ ସଂପର୍କରେ ମଧ୍ୟ ଆଗରୁ ପ୍ରସ୍ତୁତ ହୋଇ ଅଛନ୍ତି।

- Advertisement -

ଗତ ସପ୍ତାହରେ, ଓଡିଶାର ସମୁଦ୍ର କୂଳରେ ଥିବା ଦୁଇଟି ଗ୍ରାମ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ‘ସୁନାମି ପ୍ରସ୍ତୁତ’ ମାନ୍ୟତା ପାଇଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ରାଜ୍ୟର ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗ୍ରାମ। ଏହି ଗାଁର ୩୨ ବର୍ଷ ବୟସ୍କ ନୀଳକଣ୍ଠ ମଣ୍ଡଳ, ମାଛ ଧରି ଚଳନ୍ତି।  ଏହି ଗାଁ ବଙ୍ଗୋପସାଗର କୂଳରେ, ଯେଉଁଠାରେ ବାରମ୍ବାର ଝଡ ଓ ସୁନାମି ଦେଖାଯାଏ। ଆମ୍ପନ୍, ହୁଡଦୁଡ, ବୁଲବୁଲ, ଫାଇଲିନ ପରି ବାତ୍ୟା ଦ୍ବାରା ଏମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

ଯେଉଁଠାରେ୧୯୯୯ ମହାବାତ୍ୟା ଯୋଗୁଁ ୧୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅନେକ ଘର ଭୁଶୁଡି ପଡିଥିଲା, ଚାଷ ଜମି ନଷ୍ଟ ହୋଇଯାଇଥିଲା ଏବଂ ଫସଲ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ଏହି ବିନାଶର ୨୦ବର୍ଷ ପରେ ୟୁନେସ୍କୋର ଆନ୍ତଃ ସରକାରୀ ମହାସାଗରୀୟ ଆୟୋଗ (ଆଇଓସି) ଏହାକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ ଗାଁର ମାନ୍ୟତା ଦେଇଛି।

Image Source : News Bust

ସେହିପରି  ରାଜ୍ୟର ଗଞ୍ଜାମ ଜିଲ୍ଲାର ଭେଙ୍କଟାୟପୁର ମଧ୍ୟ ସୁନାମି ରେଡି ବା ସୁନାମି ପାଇଁ  ପ୍ରସ୍ତୁତ ଗାଁର ମାନ୍ୟତା ପାଇଛି। ସମଗ୍ର ଭାରତରେ ଏଇ ଦୁଇଟି ଗାଁ ଏହି ମାନ୍ୟତା ପାଇଛନ୍ତି। ଏହି ସଫଳତା ପାଇଁ ଏଠାରେ ସ୍ଥାନୀୟ ଲୋକମାନେ ବହୁତ ଅବଦାନ ରହିଛି। ୧୯୯୯ର ମହାବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ପରେ ଏହି ଦୁଇ ଗାଁ କିପରି ଭିତ୍ତିଭୂମି ପୁନଃନିର୍ମାଣ କରିଛନ୍ତି, ତାହା ହେଉଛି ସୁନାମି ମୁକାବିଲା ପାଇଁ ଏକ ମଡେଲ।

ଶ୍ରୀ ମଣ୍ଡଳ କହିଛନ୍ତି ଯେ ଏଠାରେ ୨୫ ଜଣିଆ କମିଟି ଅଛି, ଯାହାର କାମ ହେଉଛି ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଜଣାଇବା ଏବଂ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସାହାଯ୍ୟ କରିବା। ସରକାର ଏଠାରେ ସୁରକ୍ଷିତ ସ୍ଥାନ ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ଗାଁରେ ପ୍ରାୟ ୫୦୦ ପରିବାର ବସବାସ କରନ୍ତି। ସେ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ଆମେ ୫-୬ଟି ବଡ଼ ବଡ଼ ବାତ୍ୟା ଦେଖିଛୁ |

ଏହି ଗାଁର ଅଧିକାଂଶ ଲୋକ ମାଛ ଚାଷ ଓ ତତ୍ ସମ୍ବନ୍ଧୀୟ ବ୍ୟବସାୟରେ ଜଡିତ। ଏହି ଗ୍ରାମରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି ଯେଉଁଠାରେ ସୁନାମି ସମୟରେ ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯାଇପାରିବ। ଏହା ସହିତ ଗାଁରେ ଜରୁରୀକାଳୀନ ସମୟରେ ବ୍ୟବହୃତ ରାଡାର ବ୍ୟବସ୍ଥା,  ଆଲାର୍ମ ସିଷ୍ଟମ, ଆଶ୍ରୟ ଗୃହ ଏବଂ ଯନ୍ତ୍ରପାତି ଅଛି।

ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର କହିଛନ୍ତି ଯେ ଆଶ୍ରୟସ୍ଥଳ ଉପରେ ଥିବା ରାଡାରକୁ ଆଗୁଆ ପାଣିପାଗ ସତର୍କ ସୂଚନା ପ୍ରଣାଳୀ ସହିତ ସଂଯୋଗ କରାଯାଇଛି ଯାହା ଦ୍ବାରା ସୁନାମି ବିଷୟରେ ସତର୍କ କରାଯାଇପାରିବ। ଏଥିପାଇଁ ଏକ ସାଇରନ୍ ମଧ୍ୟ ସ୍ଥାପନ କରାଯାଇଛି, ଗ୍ରାମବାସୀ ଏହା ଶୁଣିବା ମାତ୍ରେ ସତର୍କ ହୋଇଯାଆନ୍ତି।

ସେ କହିଛନ୍ତି ଯେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ୪୮୦ କିଲୋମିଟର ସୀମା ମଧ୍ୟରେ ଅଛି, ଯାହା ୩୨୮ଟି ଗାଁକୁ ନେଇ ଗଠିତ ଯାହା ସମୁଦ୍ର କୂଳଠାରୁ ଦେଢ କିଲୋମିଟର ଦୂରରେ ଅବସ୍ଥିତ। ସମୁଦ୍ର କୂଳବର୍ତ୍ତୀ ହେତୁ ଏହି ସମସ୍ତ ଗ୍ରାମରେ ସୁନାମିର ସମ୍ଭାବନା ଥାଏ।  ସେ ସୂଚନା ଦେଇଛନ୍ତି ଯେ ଏହି ଗ୍ରାମଗୁଡିକରେ ୧୨୨ଟିରେ ରାଡାର ସ୍ଥାପନ କରାଯାଇଛି। ତେବେ  ରାଜ୍ୟ ସରକାର କହିଛନ୍ତି ଯେ ସମସ୍ତ ଭିତ୍ତିଭୂମି ପାଇଁ ୟୁନେସ୍କୋ ଏହି ପ୍ରମାଣପତ୍ର ଦେଇନାହିଁ। ଏହି ସଫଳତା ପଛରେ ସ୍ଥାନୀୟ ସମ୍ପ୍ରଦାୟର ମଧ୍ୟ ଅବଦାନ ରହିଛି |

ଜଗତ୍ସିଂହପୁର ଜିଲ୍ଲାପାଳ ସଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ ଏଠାରେ ସ୍ଥାନୀୟ ସମ୍ପ୍ରଦାୟର ପ୍ରସ୍ତୁତି ହେତୁ ଏହି ପ୍ରମାଣପତ୍ର ମିଳିଛି। ଗ୍ରାମ ସ୍ତରରେ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନା ରହିଛି, ସେମାନଙ୍କ ପାଖରେ ଗାଁର ସମସ୍ତ ବିବରଣୀ ରହିଛି। ସୁନାମି ଆସିବା ପରେ କଣ କରିବା ଉଚିତ, କେଉଁ ସ୍ଥାନ ସୁରକ୍ଷିତ ଏବଂ ଲୋକଙ୍କୁ କିପରି ବଞ୍ଚାଇ ପାରିବେ ଏବଂ ଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବେ, ତାହା ମଧ୍ୟ ଆଗରୁ ପ୍ରସ୍ତୁତ ହୋଇଛି।

ସେହିପରି ସମାନ କାହାଣୀ ଭେଙ୍କଟାରାୟପୁର ଗାଁର। ଗାଁଟି ଗୋପାଳପୁର ପର୍ଯ୍ୟଟନ ହଟସ୍ପଟ ନିକଟରେ ରହିଛି। ଏହାର ଗୋଟିଏ ପଟେ ପ୍ରତିରକ୍ଷା ପ୍ରତିଷ୍ଠାନ ଏବଂ ଅନ୍ୟ ପଟେ ସମୁଦ୍ର ରହିଛି। ଗ୍ରାମବାସୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କମିଟି ଅଛି, ଯେଉଁଥିରେ ୧୫ ଜଣ ଲୋକ ସଦସ୍ୟ ଅଛନ୍ତି । ସରପଞ୍ଚ ଏହି କମିଟିର ସଭାପତି ଅଟନ୍ତି। ଏହି ଗାଁର ସରପଞ୍ଚ ଆପାରାଓ କହିଛନ୍ତି ଯେ ସମୁଦ୍ର କୂଳଠାରୁ ୬୦୦ ମିଟର ଦୂରରେ ଥିବାରୁ ଗାଁରେ ସୁନାମି ହେବାର ଆଶଙ୍କା ରହିଛି।

Image Source : The News room

କିନ୍ତୁ ବର୍ତ୍ତମାନ ଗ୍ରାମବାସୀ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ, ଆମର ଏକ ଭଲ ଯୋଜନା ଅଛି। ଓସଡାମା ଟିମ୍ ଏହି ବିଷୟରେ ଗ୍ରାମବାସୀଙ୍କୁ ତାଲିମ ଦେଇଛନ୍ତି। କିଛି ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସଂପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ କିଛି ଲୋକଙ୍କୁ ରିଲିଫ ଏବଂ ଉଦ୍ଧାର ସଂପର୍କରେ ତାଲିମ ଦିଆଯାଇଛି। ଗଞ୍ଜାମ ଡେପୁଟି-ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମାହାନ୍ତୋ କହିଛନ୍ତି ଯେ, କେବଳ ଭେଙ୍କଟାରାୟପୁର ନୁହେଁ ଜିଲ୍ଲାର ଅଧିକାଂଶ ଗ୍ରାମ ବାତ୍ୟା ସହ ମୁକାବିଲା କରିବାରେ ସକ୍ଷମ। ସୁନାମି ମୁକାବିଲା ପାଇଁ ଗ୍ରାମବାସୀଙ୍କ ପ୍ରସ୍ତୁତି ଏବଂ ସୁନାମି ସମୟରେ କିପରି ଭଲ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଓଡିଶା ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ହୋଇଥିବା କ୍ଷୟକ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଗତ କିଛି ଦଶନ୍ଧି ମଧ୍ୟରେ ବାତ୍ୟା ଏଠାରେ ଭୟଙ୍କର କ୍ଷତି ଘଟାଇଛି କିନ୍ତୁ ବର୍ତ୍ତମାନ ନିକଟ ଅତୀତରେ |

ଓଡିଶା ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ହୋଇଥିବା କ୍ଷୟକ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଏଠାରେ ସୁନାମି ଭୟଙ୍କର ହଇଚଇ ସୃଷ୍ଟି କରିଛି, କିନ୍ତୁ ବର୍ତ୍ତମାନ ନିକଟ ଅତୀତରେ କ୍ଷୟକ୍ଷତି ହ୍ରାସ ଦିଗରେ ଉତ୍ତମ କାର୍ଯ୍ୟ କରିଛି। ଗତ ବର୍ଷ ଓଡ଼ିଶା ଦ୍ୱାରା କରାଯାଇଥିବା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସା କରାଯାଇଥିଲା।

ଏହି ଗ୍ରାମଗୁଡିକ କିପରି ଚୟନ କରାଯାଇଥିଲା

ଭାରତୀୟ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫରମେସନ୍ ସର୍ଭିସେସ୍ (INCOIS)ର ଏକ ସରକାରୀ ତଥ୍ୟ ଅନୁଯାୟୀ, ‘ସୁନାମି ରେଡି’ ହେଉଛି ଆନ୍ତଃରାଜ୍ୟ ସରକାରୀ ମହାସାଗରୀୟ ଆୟୋଗ ଦ୍ୱାରା ଆରମ୍ଭ ହୋଇଥିବା ଏକ ଗୋଷ୍ଠୀ ବା ସମୁଦାୟର ପ୍ରଦର୍ଶନ ଆଧାରିତ କାର୍ଯ୍ୟକ୍ରମ। ଜନସାଧାରଣ, ଗୋଷ୍ଠୀ ବା ସମ୍ପ୍ରଦାୟର ନେତା, ଜାତୀୟ ତଥା ସ୍ଥାନୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥାର ସହଯୋଗରେ ସୁନାମିର ମୁକାବିଲା ପାଇଁ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ |

‘ସୁନାମି ରେଡି’ ଗାଁର ମାନ୍ୟତା ପାଇଥିବା ଦୁଇଟି ଗାଁକୁ ୧୧ ଟି ଭିନ୍ନ ମାନଦଣ୍ଡ ଦେଇ ଚିହ୍ନଟ କରାଯାଇଛି। ଗୋଷ୍ଠୀ ବା ସମ୍ପ୍ରଦାୟର ସୁନାମି ବିପଦ ହ୍ରାସ ଯୋଜନା, ଚିହ୍ନିତ ସୁନାମି ଜୋନ୍, ସୁନାମି ସଂପର୍କରେ ଲୋକଙ୍କୁ ସୂଚନା, ସୁନାମି ମୁକାବିଲା ପାଇଁ ସେମାନଙ୍କ ନିକଟରେ ପହଞ୍ଚିବା, ଜରୁରୀକାଳୀନ ଅପରେସନ୍ ଯୋଜନା, ସୁନାମିର ୨୪ ଘଣ୍ଟା ପୂର୍ବରୁ ଲୋକଙ୍କୁ ସଚେତନ କରିବା ଆଦି ବିଷୟକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି। ଭେଙ୍କଟାରାଇପୁର ଗ୍ରାମରେ ବିପର୍ଯ୍ୟୟ ସମୟରେ କେଉଁ ପଦକ୍ଷେପ ନିଆଯିବା ଉଚିତ, କିପରି ଉଦ୍ଧାର କରାଯିବ ସେନେଇ ସୂଚନା ଦିଆଯାଇଛି।

ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ଉପରେ ନଜର ରଖିବା ପାଇଁ ଭାରତ ସରକାର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସହାୟତାରେ ଏକ ଜାତୀୟ ବୋର୍ଡ ଗଠନ କରିଛନ୍ତି । ଏଥିରେ ମନ୍ତ୍ରଣାଳୟର ସଦସ୍ୟ, ଭାରତୀୟ ଜାତୀୟ କେନ୍ଦ୍ର ମହାସାଗର ସୂଚନା କେନ୍ଦ୍ର, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଗୃହ ମନ୍ତ୍ରଣାଳୟ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାଳୟ ସଦସ୍ୟ ଅଛନ୍ତି। ସମସ୍ତ ଆବଶ୍ୟକୀୟ ଦଲିଲ ଏବଂ ମାନଦଣ୍ଡ ଯାଞ୍ଚ କରିବା ପରେ ଏହି ପରାମର୍ଶ ୟୁନେସ୍କୋକୁ ପଠାଯାଇଥିଲା। ଏହା ପରେ ସେ ଏହି ଦୁଇଟି ଗାଁକୁ ମନୋନୀତ କରାଯାଇଥିଲା। ଏହା ସହିତ ଭାରତ ବିଶ୍ବର ପ୍ରଥମ ଦେଶ ଏବଂ ଓଡ଼ିଶା ପ୍ରଥମ ରାଜ୍ୟ ହୋଇପାରିଛି ଯାହା ଭାରତ ମହାସାଗରରେ ସୁନାମି ମୁକାବିଲା ପ୍ରସ୍ତୁତ ଯୋଜନା କାର୍ଯ୍ୟକାରୀ କରିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories