ଜାଣନ୍ତୁ ମଧ୍ୟାହ୍ନରେ ଶୋଇବା ଶରୀର ପାଇଁ କେତେ ହିତକାରକ?

0

ମଧ୍ୟାହ୍ନରେ ଶୋଇବା ଅଭ୍ୟାସକୁ ପ୍ରାୟତଃ ଲୋକେ ଖରାପ ବୋଲି ଭାବିଥାଆନ୍ତି। କିନ୍ତୁ ମଧ୍ୟାହ୍ନରେ ବିଶ୍ରାମ ନେବା ଶରୀର ପାଇଁ ଲାଭଦାୟକ ହୋଇଥାଏ ବୋଲି ଖୁବ୍ କମ୍ ଲୋକ ଜାଣିଥାଆନ୍ତି। ବିଭିନ୍ନ ଗବେଷଣା ଓ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି।

ମଧ୍ୟାହ୍ନରେ ଶୋଇଲେ କାମରେ ଅଧିକ ମନ ଲାଗିବା ସହ ମୁଡ୍ ମଧ୍ୟ ଠିକ୍ ରହିଥାଏ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଓ ହୃଦଘାତ ଜନିତ ରୋଗ ହେବାର ଆଶଙ୍କା କମ୍ ରହିଥାଏ।

କେତେ ସମୟ ବିଶ୍ରାମ ନେବେ

ଦିନରେ ୧୫ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ହାଲକା ନିଦ୍ରା ଯାଇ ପାରନ୍ତି। ଏହା ପରେ ବି ଯଦି ଆପଣଙ୍କୁ ନିଦ ଲାଗୁଛି, ତେବେ ୯୦ ମିନିଟ୍ ବିଶ୍ରାମ କରି ପାରନ୍ତି। କାରଣ ନିଦ ପୁରା ନ ହେଲେ ଥକ୍କାପଣ ଅନୁଭବ ହେବା ସହିତ ମୁଣ୍ଡ ବିନ୍ଧା ହୋଇପାରେ। ୯୦ ମିନିଟ୍ ବିଶ୍ରାମ ନେଲା ପରେ କାମରେ ମନ ଲାଗିଥାଏ।

ବ୍ୟାୟାମ କରିବା ପରେ ଶୁଅନ୍ତୁ ନାହିଁ। ଅତି କମରେ ବ୍ୟାୟାମ କରିବାର ୨ ଘଣ୍ଟା ପରେ ହିଁ ଶୁଅନ୍ତୁ। ଯଦି ଦିନରେ ଶୋଇବାର ଅଭ୍ୟାସ ଅଛି ତାହାଲେ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ କରନ୍ତୁ।

ଯଦି ଆପଣଙ୍କୁ ଦିନରେ ନିଦ ଲାଗୁନାହିଁ ତେବେ ଆପଣ ଶୁଅନ୍ତୁ ନାହିଁ। କାରଣ ଆପଣଙ୍କ ଶରୀରକୁ ନିଦର ଆବଶ୍ୟକତା ନାହିଁ ବୋଲି ଜାଣିବାକୁ ପଡିବ।

ଏକ ଗବେଷଣାରୁ ଜଣାପିଡିଛି ଯେ, ୫୦% ଲୋକଙ୍କୁ ଖରାବେଳେ ନିଦ ଆସି ନଥାଏ। ଏମାନଙ୍କ ଶରୀରରେ ସରକେଡିୟନ୍ ରିଥମ୍ ରହିଥାଏ। ଯାହା ଶୋଇବା ଓ ଉଠିବା ଉପରେ ନିୟନ୍ତ୍ରଣ ରଖିଥାଏ।

Leave A Reply