www.samajalive.in
Sunday, December 7, 2025
26.1 C
Bhubaneswar

ଭାଗ୍ୟଶାଳୀ କରାଏ ରାଶି-ନକ୍ଷତ୍ର ପ୍ରଭାବ

ବାରାଣସୀର ବୟୋଜ୍ୟେଷ୍ଠ ପଣ୍ଡିତଙ୍କ ମତରେ ଆମେ ଯେଉଁ ଶତାବ୍ଦୀରେ ପାଦ ଦେଲେ ମଧ୍ୟ ରାଶି, ନକ୍ଷତ୍ରର ପ୍ରଭାବ ପ୍ରତ୍ୟେକଙ୍କ ଉପରେ ରହିବ। କେତେଜଣ ଏହାକୁ ସ୍ବୀକାର କରୁଥିବାବେଳେ ଅନ୍ୟମାନେ ଏସବୁକୁ ଗ୍ରହଣ କରିନଥାନ୍ତି। ପଣ୍ଡିତଙ୍କ କହିବାନୁସାରେ, ୬ଟି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ ଭାବେ ବର୍ଣ୍ଣନା କରାଯାଇଛି।

– ଧନୁ ରାଶି, ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ମିଷ୍ଟଭାଷୀ ହୋଇଥିବାବେଳେ ଅଧିକାଂଶ କାମରେ ଏମାନେ ସଫଳ ହୋଇଥାନ୍ତି। ଧନୁ ରାଶିଧାରୀ ବ୍ୟକ୍ତି ସଚ୍ଚୋଟ ହୋଇଥିବାର ଶାସ୍ତ୍ରାନୁମତ।
– ଅଳ୍ପ କଥା କହିବାକୁ ପସନ୍ଦ କରୁଥିବା ମୀନ ରାଶିର ଅଧିକାରୀ ବ୍ୟକ୍ତିମାନେ ଶାନ୍ତ ସ୍ବଭାବର। ଅନ୍ୟ କଥାରେ ମୁଣ୍ଡ ଖେଳାଇବାକୁ ପସନ୍ଦ କରୁନଥିବାବେଳେ ନିଜ ପରିବାର ପ୍ରତି ଏମାନେ ସମ୍ପୂର୍ଣ୍ଣ ଉତ୍ସର୍ଗ। ମୀନ ରାଶିର ବ୍ୟକ୍ତି କଠିନ ପରିଶ୍ରମ କରୁଥିବାବେଳେ ଯଥା ସମୟରେ ସଫଳ ହୋଇଥିବାର ପଣ୍ଡିତଙ୍କ ମତ।
– ବୃଷ ରାଶିର ବ୍ୟକ୍ତି ଖୁବ୍ ସ୍ବାଭିମାନୀ ହୋଇଥିବାବେଳେ ଘରର ବଡ଼ଙ୍କ କଥା ଏମାନେ ପାଳନ କରିଥାନ୍ତି। ଚାକିରି, ବ୍ୟବସାୟ କ୍ଷେତ୍ରରେ ଏହି ରାଶିର ଅଧିକାରୀଙ୍କୁ ସଫଳତା ଶୀଘ୍ର ମିଳେ।
– କର୍କଟ ରାଶି ମଧ୍ୟ ଅନ୍ୟତମ ଭାଗ୍ୟଶାଳୀ ରାଶି ଭାବେ ଜଣାଯାଏ। ଏମାନେ ପ୍ରତି କଥାରେ ଖୁବ୍ ଭାବବିହ୍ବଳ ହୋଇପଡ଼ନ୍ତି ସତ, ଯଥା ସମୟରେ ପ୍ରତ୍ୟେକ କାମରେ ସଫଳତା ମଧ୍ୟ ମିଳେ।
– ବୁଦ୍ଧିମାନର ସହ କାମ କରୁଥିବା ସିଂହରାଶିର ଅଧିକାରୀ ବ୍ୟକ୍ତି ଯେ କୌଣସି ଜଟିଳ ପରିସ୍ଥିତିରେ ତାଳ ମିଳାଇ ଅଗ୍ରସର ହୋଇପାରିଥାନ୍ତି।
– ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଯେ କୌଣସି ମୁହୂର୍ତ୍ତରେ ପରିବର୍ତ୍ତନ ହୋଇଥାଏ। ଏହି ରାଶି ଅଧିକାରୀ ବିଳମ୍ବରେ ପ୍ରତି କ୍ଷେତ୍ରରେ ସଫଳତା ପାଉଥିବାର ପଣ୍ଡିତଙ୍କ ମତ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories