www.samajalive.in
Sunday, December 7, 2025
26.1 C
Bhubaneswar

୪୮ ଘଣ୍ଟାରେ ମିଳିବ ବିଜୁଳି ସଂଯୋଗ

ଭୁବନେଶ୍ୱର: ଏଣିକି ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ଉପଭୋକ୍ତାଙ୍କୁ ମିଳିବ ନୂତନ ବିଜୁଳି ସଂଯୋଗ। ଖାଲି ବିଜୁଳି ସଂଯୋଗ କାହିଁକି ଆଗକୁ ବିଲ୍‌ ପଇଠ, ଅଭିଯୋଗ ସମାଧାନ ଭଳି କାର୍ଯ୍ୟ ଅଧିକ ସହଜ ​ହେବାକୁ ଯାଉଛି। କାରଣ ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା ବିଜୁଳି ସଂଯୋଗ’ ନାମରେ ଏକ ୱେବ୍‌ ପୋର୍ଟାଲ୍। ଏହି ୱେବ୍‌ ପୋର୍ଟାଲ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ ​କରିବେ ବୋଲି ଆଜି ଶକ୍ତି ବିଭାଗରେ ୫ ଟି ଏବଂ ମୋ’ ସରକାର କାର୍ଯ୍ୟକାରୀ ନେଇ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ଅବସରରେ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।

ଶକ୍ତିମନ୍ତ୍ରୀ କ୍ୟାପଟେନ‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ‘ଓଡ଼ିଶା ବିଜୁଳି ସଂଯୋଗ’ ୱେବ୍‌ ପୋର୍ଟାଲ୍‌ ଆରମ୍ଭ କରାଯିବା ଦ୍ବାରା ଉପଭୋକ୍ତାଙ୍କୁ ଆଉ ବିଜୁଳି କର୍ମଚାରୀଙ୍କ ନିକଟକୁ ଯିବାକୁ ପଡିବନି। ଏଥିଯୋଗୁ ନଥିପତ୍ର କାମ ହ୍ରାସ ହେବା ସହ ସମସ୍ତ କାର୍ୟ୍ୟରେ ସ୍ବଚ୍ଛତା ଆସିବ ଓ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ। ଏଣିକି ଘରୋଇ, ନିର୍ଦ୍ଧାରିତ ସାଧାରଣ ବ୍ୟବହାର, ଜଳସେଚନ, ଚାଷ ପାଇଁ ପମ୍ପ ଚଳାଇବା ଆଦି କାର୍ଯ୍ୟ ନିମନ୍ତେ ୫ କିଲୋୱାଟ୍‌ ମଧ୍ୟରେ ଆବଶ୍ୟକ ବିଜୁଳି ସଂଯୋଗ ଉପଭୋକ୍ତା ୪୮ ଘଣ୍ଟା ମଧ୍ୟରେ ପାଇପାରିବେ।

- Advertisement -

ଲୋକେ ବିଦ୍ୟୁତ ଦେୟ ଅନ୍‌ଲାଇନ୍‌ରେ ପଇଠ କରି ରିଆତି ପାଇପାରିବେ। ଆହୁରି ମଧ୍ୟ ଏହି ​ପୋର୍ଟାଲ ଜରିଆରେ ଯେ କୌଣସି ବିଦ୍ୟୁତ ସେବା ଜନିତ ଅଭିଯୋଗ କରି ତାର ତ୍ବରିତ ସମାଧାନ କରାଯାଇପାରିବ। ବୈଠକରେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡିକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡିକୁ ଏମ୍‌ବିସି କାର୍ୟ୍ୟ ପାଇଁ ଗୋଟିଏ ପ୍ରକାରର ପାରିଶ୍ରମିକ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା। ସର୍ବୋଚ୍ଚ ଯନ୍ତ୍ରୀ ବିଦ୍ୟୁତଙ୍କ ଅଧୀନରେ କରାଯାଉଥିବା ଲାଇସେନ୍ସ ପ୍ରଦାନ ପାଇଁ ବିଦ୍ୟୁତ ସୁରକ୍ଷା ଯନ୍ତ୍ରୀ ଏବଂ ମାନକ ପରୀକ୍ଷାଗାରକୁ ସେପ୍ଟେମ୍ବର ୧୫ ମଧ୍ୟରେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହାକୁ ଆରମ୍ଭ କରିବା ପାଇଁ ଜାତୀୟ ସୂଚନା କେନ୍ଦ୍ର ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏସବୁ ବ୍ୟତୀତ ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ)ଙ୍କ ଅଧୀନରେ ଥିବା ସମସ୍ତ କାର୍ୟ୍ୟାଳୟ, ମୁଖ୍ୟ ନିର୍ବାହୀ ଅଧିକାରୀ ଟାଟା ପାୱାର କେନ୍ଦ୍ରୀୟ ବିତରଣ ଲିମିଟେଡ୍‌, ପ୍ରଶାସନିକ କାର୍ୟ୍ୟାଳୟ ନେସ୍‌କୋ/ୱେସକୋ/ସାଉଥ୍‌କୋ ଆଦି କାର୍ୟ୍ୟାଳୟ ଏଣିକି ‘ମୋ’ ସରକାର’ ଅଧୀନରେ ଉପଭୋକ୍ତା ଓ କାର୍ୟ୍ୟାଳୟକୁ ଆସୁଥିବା ଯେକୌଣସି ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories