www.samajalive.in
Sunday, December 7, 2025
18.1 C
Bhubaneswar

କରୋନାକୁ ମାତ୍ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୋପାଳ : କରୋନାକୁ ମାତ୍ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି ଯେ କରୋନା ସଂକ୍ରମଣ ନେଇ ତାଙ୍କର ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି।

୬୧ ବର୍ଷ ବୟଷ୍କ ଶ୍ରୀ ଚୌହାନ  ଜୁଲାଇ ୨୫ରେ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ଅଗଷ୍ଟ ୨ ତାରିଖରେ  ତାଙ୍କୁ ଏକ ଘରୋଇ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୫ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ଏବଂ ଏହା ପରେ ସେ ଘରେ ଏକାନ୍ତବାସରେ ରହିଥିଲେ।

- Advertisement -

ଶ୍ରୀ ଚୌହାନ  ମଙ୍ଗଳବାର ଟ୍ୱିଟ କରି କହିଛନ୍ତି ଯେ ‘ମୋର କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଅଲଗା ରହିବି। ମୁଁ ଡାକ୍ତର, ନର୍ସ ଏବଂ ସମଗ୍ର ଦଳକୁ ହୃଦୟର ସହ ଧନ୍ୟବାଦ ଦେଉଛି। ତୁମମାନଙ୍କ ସହ ସମସ୍ତ ଶୁଭେଚ୍ଛୁମାନେ ମୋର ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ, ଏଥିପାଇଁ ମୁଁ ତୁମମାନଙ୍କ ପାଖରେ ସର୍ବଦା କୃତଜ୍ଞ କରିବି।’

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories