www.samajalive.in
Tuesday, December 9, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫ କୋଟି ଟଙ୍କା ଦାନ କଲେ ବାଗଚୀ ଦମ୍ପତି

ଭୁବନେଶ୍ବର: ‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି । କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର
ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ ।।ଶ୍ରୀମତୀ ଓ ଶ୍ରୀ ବାଗ୍‌ଚୀଙ୍କ ଏହି ଉଦାରତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏହି ପରିମାଣର ଚେକ୍‌ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀମତୀ ବାଗ୍‌ଚୀ କହିଥିଲେ ଯେ ଓଡିଶାବାସୀ ଯେତେବେଳେ ଇଛା ହୁଏ ସେତେବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ମନ୍ଦିର ବନ୍ଦ ହେବା ପରେ ମନ୍ଦିର ନିକଟରେ ଓ ପୁରୀ ସହରରେ ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିବା ମା’ ମାଉସୀ ମାନଙ୍କ ସହାୟତା ପାଇଁ ଏହି ଅନୁଦାନ ପ୍ରଦାନ କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି ।

- Advertisement -

ଶ୍ରୀ ସୁବ୍ରତ ବାଗ୍‌ଚୀ କହିଥିଲେ ଯେ ଏହି ଅନୁଦାନ ପ୍ରଦାନ କରି ସେମାନେ ନିଜକୁ ଅତ୍ୟନ୍ତ ସମ୍ମାନିତ ମନେ କରୁଛନ୍ତି।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ସେମାନଙ୍କର ଏହି ଛୋଟ ସହାୟତା ଗ୍ରହଣ କରିଥିବାରୁ ସେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ କହିଥିଲେ ଯେ ପୁରୀ ର ଅସହାୟ ମହିଳା ମାନଙ୍କ କଲାଣ ପାଇଁ ଏହା ବିନିଯୋଗ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀମତୀ ବାଗଚୀ ବଲାଙ୍ଗୀରର TMCରେ ଥିବା ମହିଳା ମାନଙ୍କ ପାଇଁ ଅଢ଼େଇ କୋଟି ଟଙ୍କା ସହାୟତା ଦେଇଥିଲେ । ଏହି ଅବସରରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଉପସ୍ଥିତ ଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁଟ୍ଟ ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories