www.samajalive.in
Sunday, December 7, 2025
13.1 C
Bhubaneswar

ହୋଟେଲରେ ଥାଇଲାଣ୍ଡ ପର୍ଯ୍ୟଟକଙ୍କୁ ଗଣବଳାତ୍କାର

ହିସାର: ଥାଇଲାଣ୍ଡର ଜଣେ ମହିଳା ପର୍ଯ୍ୟଟକଙ୍କୁ ହୋଟେଲରେ ଗଣବଳାତ୍କାର କରାଯାଇଛି। ହୋଟେଲ ମ୍ୟାନେଜର ନିଜର ସହଯୋଗୀମାନଙ୍କ ସହିତ ମିଶି ଏହି ଜଘନ୍ୟ ଅପରାଧ ଘଟାଇଛନ୍ତି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହରିୟାଣାର ହିସାର ଅଞ୍ଚଳରେ ଥିବା ଏକ ହୋଟେଲରେ ଗତ ଶନିବାର ଭୋର ୪ଟରେ ଏହି ଘଟଣା ଘଟିଛି।

ଥାଇଲାଣ୍ଡର ଏହି ୪୧ ବର୍ଷୀୟା ମହିଳା ଗତ ୬ ତାରିଖରେ ହିସାର ଆସିଥିଲେ। ସେ ରେଡ୍‌ ସ୍କୋୟର ମାର୍କେଟରେ ଥିବା ଏକ ହୋଟେଲରେ ରହୁଥିଲେ। ସେ ନିଜର ଜଣେ ବନ୍ଧୁଙ୍କ ସହିତ ୭ ତାରିଖ ଦିନ ମାର୍କେଟ ଯାଇଥିଲେ। ମାର୍କେଟରୁ ଫେରି ହୋଟେଲରେ ରହୁଥିବା ନିଜ ରୁମରେ ଥିଲେ। ରାତିରେ ସେ ଶୋଇପଡ଼ିଥିଲେ। ୮ ତାରିଖ ଭୋର ୪ଟାରୁ ହୋଟେଲ ମ୍ୟାନେଜର ଅନ୍ୟ ସହଯୋଗୀଙ୍କ ସହିତ ମିଶି ତାଙ୍କ ରୁମ୍‌ରେ ପଶି ମହିଳାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣକ ପାଟି କରିବାରୁ ହୋଟେଲରେ ରହୁଥିବା ଅନ୍ୟ ଲୋକମାନେ ପହଞ୍ଚିଥିଲେ। ପରେ ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ହୋଟେଲ ମ୍ୟାନେଜର ଗୁଲଶନକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories