www.samajalive.in
Sunday, December 7, 2025
16.1 C
Bhubaneswar

ଧାମରା ବନ୍ଦରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଧାମରା : ଧାମରା ବନ୍ଦରରେ ଆଜି ଆସି ପହଞ୍ଚିଥିବା ୭୦ଜଣ ଶ୍ରମିକଙ୍କୁ ନେଇ ଉତ୍ତେଜନା ଦେଖା ଦେଇଛି । ଆଜି ସକାଳ ୭ଟାରେ ପଶ୍ଚିମବଙ୍ଗ ନଦିଆ ଜିଲାରୁ ବାମାଖ୍ୟାପ (ଡବ୍ଲୁବି ୫୧-୮୩୯୨) ବସରେ ୭୦ଜଣ ଶ୍ରମିକ ଆସି ଧାମରା ବନ୍ଦର ଏଲ ଏନ ଜି ଗ୍ୟାସ ପ୍ରକଳ୍ପରେ ଏଲ ଆଣ୍ଡ ଟି କମ୍ପାନୀରେ କାର୍ଯ୍ୟ କରିବା ପାଇଁ ପହଂଚିଥିଲେ। ଏହି ଶ୍ରମିକ ମାନଙ୍କୁ ଦେଖି ସ୍ଥାନୀୟ ଜନସାଧାରଣ ଆସି ଏହି ବସକୁ ଅଟକାଇବା ସହ ସେମାନଙ୍କୁ ପଶ୍ଚିମବଙ୍ଗ ଫେରିଯିବା ପାଇଁ କହିଥିଲେ । ଅଥବା ଆସିଥିବା ସମସ୍ତ ଶ୍ରମିକ ମାନଙ୍କର କୋଭିଡ ପରୀକ୍ଷା କରାଯିବାକୁ ଅଡି ବସିଥିଲେ।

ଏହି ଖବର ପାଇ ଧାମରା ବନ୍ଦର ପ୍ରକଳ୍ପରେ କାର୍ଯ୍ୟରତ ଏଲ ଆଣ୍ଡ ଟିର ଅଧିକାରୀ ଆସି ସେହି ସ୍ଥାନରେ ପହଂଚିଥିଲେ। ସମସ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ସହ ଆସିଥିବା ସମସ୍ତ ଶ୍ରମିକ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ବୋଲି କହିଥିଲେ। ଏତିକିରେ କଥା ସମାଧାନ ହୋଇ ନଥିଲା ସ୍ଥାନୀୟ ଅଂଚଳବାସୀ କାହିଁକି ଏବଂ କେଉଁ ପରିପ୍ରେକ୍ଷୀରେ ବାହାର ରାଜ୍ୟରୁ ଶ୍ରମିକ ଆଣୁଛ ବୋଲି ପ୍ରଶ୍ନ କରିବା ସହ ସ୍ଥାନୀୟ ଅଂଚଳରେ ଥିବା ଶ୍ରମିକ ମାନଙ୍କୁ ନେଇ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରିବା ପାଇ ଅଡି ବସିଥିଲେ। ଏଲ ଆଣ୍ଡ ଟିର ଅଧିକାରୀ ଆଗାମୀ ଦିନରେ ସ୍ଥାନୀୟ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ଦିଆଯିବ ବୋଲି ମୌଖିକ ପ୍ରତିଶ୍ରୁତି ଦେଇଥିଲେ ।

- Advertisement -

ଧାମରା ବନ୍ଦରଅଞ୍ଚଳରେ ନିକଟରେ ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଧାମରା ବନ୍ଦର ମଧ୍ୟକୁ ଇତି ମଧ୍ୟରେ ଆସିଥିବା ୫ଶହରୁ ଉର୍ଦ୍ଧ ସମସ୍ତ ଶ୍ରମିକ ମାନଙ୍କ ର କୋଭିଡ ପରୀକ୍ଷା କରାଯିବା ଜରୁରୀ ବୋଲି କଂଗ୍ରେସ ନେତା ଅମୀୟ ମହାପାତ୍ର ମତ ରଖିଛନ୍ତି । ଏହି କଥାକୁ ନେଇ ଅମୀୟ ମହାପାତ୍ର ଭଦ୍ରକ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ । ଜିଲାପାଳ ତାଙ୍କ ଆଦେଶରେ ଧାମରା ବନ୍ଦର ମଧ୍ୟକୁ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଶ୍ରମିକ ମାନଙ୍କ କରୋନା ପରୀକ୍ଷା କରିବାକୁ ନିର୍ଦେଶ ଦେଇଥିବା ସତ୍ୱେ ଏହା କାହିଁକି ପାଳନ କରାଯାଉ ନାହିଁ ବୋଲି ସେ ପଶ୍ନ ଉଠାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories