www.samajalive.in
Tuesday, December 9, 2025
26.1 C
Bhubaneswar

ରାଜ୍ୟରେ ୧୫୦ଟି କୋଭିଡ୍‌ କେନ୍ଦ୍ରର ହେବ ଯାଞ୍ଚ

ଭୁବନେଶ୍ୱର: ଅହମଦାବାଦର ନବରଙ୍ଗପୁରା ଅଞ୍ଚଳରେ ଥିବା ଏକ ଘରୋଇ ଶ୍ରେୟା କୋଭିଡ୍‍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ କୋଭିଡ୍‍ ହସ୍ପିଟାଲ୍‍ ଓ କୋଭିଡ୍‍ କେୟାର ସେଂଟରଗୁଡ଼ିକର ନିଆଁ ଲିଭା ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହର ଅନୁଧ୍ୟାନ କରିବା ଲାଗି ଉପଅଗ୍ନିଶମ ଅଧିକାରୀ ଓ ସହକାରୀ ଅଗ୍ନିଶମ ଅଧିକାରୀମାନଙ୍କୁ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସତ୍ୟଜିତ ମହାନ୍ତି ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏପରି ଅପ୍ରିତିକର ପରିସ୍ଥିତି ଘଟିବା ଆଶଂକା କରି ପୁଲିସ ମହାନିର୍ଦେଶକ ସତର୍କତା ମୂଳକ ଭାବେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ଏସବୁ ହସ୍ପିଟାଲ୍‍ ଓ କେନ୍ଦ୍ରଗୁଡ଼ିକର ନିଆଁ ଲିଭାଇବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ତ୍ୱରିତ୍‍ ବେଗରେ ରିପୋର୍ଟ ଦାଖଲ କରିବାକୁ ମହାନିର୍ଦେଶକ ୨୪ ଘଣ୍ଟା ସମୟ ଦେଇଛନ୍ତି। ପ୍ରାୟତଃ ହସ୍ପିଟାଲ୍‍ଗୁଡ଼ିକୁ କୋଭିଡ୍‍ ହସ୍ପିଟାଲରେ ରୁପାନ୍ତରିତ କରାଯାଇଥିବା ବେଳେ କେତେକ ପୃଥକ ଛୋଟ ହସ୍ପିଟାଲ୍‍ ଏବଂ ନର୍ସିଂହୋମ୍‍କୁ କୋଭିଡ୍‍ କେୟାର ସେଂଟର ଭାବେ ପରିଣତ କରାଯାଇଛି।

ଏବେ ପ୍ରାୟ ରାଜ୍ୟର ୧୫୦ଟି କୋଭିଡ୍‍ ହସ୍ପିଟାଲ୍‍ ଏବଂ କୋଭିଡ୍‍ କେୟାର କେନ୍ଦ୍ରକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଭାବେ ବିଶୁଦ୍ଧୀକରଣ କରାଯାଉଛି। ମହାନିର୍ଦେଶକଙ୍କ ନିର୍ଦେଶକ୍ରମେ ରାଜଧାନୀ ସମତେ କେତେକ ପ୍ରମୁୁଖ ସହରରେ ଥିବା କୋଭିଡ୍‍ ହସ୍ପିଟାଲ୍‍ ଓ କୋଭିଡ୍‍ କେୟାର କେନ୍ଦ୍ରକୁ ଅଗ୍ନିଶମ ବିଭାଗର ଅଧିକାରୀମାନେ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ସଂକ୍ରମଣ ଆଶଂକାରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ସ୍ୱତନ୍ତ୍ର ହଜମ୍‍ତ୍‍ ସୁଟ୍‍ ପିନ୍ଧି ହସ୍ପିଟାଲ୍‍ ଭିତରକୁ ପଶି ରୋଗୀଙ୍କ ସୁରକ୍ଷା ପାଇଁ ଅଗ୍ନି ନିର୍ବାପନ୍ନ ବ୍ୟବସ୍ଥାକୁ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories