www.samajalive.in
Sunday, December 7, 2025
23.1 C
Bhubaneswar

କନ୍ଧମାଳ : ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସଂକ୍ରମିତଙ୍କ ସଂଖ୍ୟା ୭୭୨ରେ ପହଞ୍ଚିଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଗୁରୁବାର ପୁଣି ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହ ପୁଣି ଜିଲ୍ଲାର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଗୁରୁବାରର ମୃତ୍ୟୁ ମିଶାଇ ଜିଲାରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତ୍ୟୁ ଘୋଷଣା ହୋଇଥିବା କରୋନା ସଂକ୍ରମିତ ଜଣକ ହେଲେ ଫୁଲବାଣୀ ସହର କେନ୍ଦୁପଦର ଅଂଚଳର ୬୧ ବର୍ଷୀୟ ଜଣେ ବୃଦ୍ଧ। ତାଙ୍କର ଭୁବନେଶ୍ୱର ଠାରେ ମୃତ୍ୟୁ ହୋଇଥିବା ଜଣା ପଡିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ୭୪ ସଂକ୍ରମିତଙ୍କ ମଧ୍ୟରୁ ୫୦ ଜଣ ପୁରୁଷ ଥିବା ବେଳେ ୨୪ ଜଣ ମହିଳା ଅଛନ୍ତି। ଫୁଲବାଣୀ ବ୍ଲକରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଜି. ଉଦୟଗିରିରିରୁ ୭, ଦାରିଙ୍ଗିବାଡିରୁ ୧୪, କେ ନୁଆଁଗାଁରୁ ୮, କୋଟଗଡରୁ ୮, ତୁମୁଡିବନ୍ଧରୁ ୭, ରାଇକିଆରୁ ୧ ଓ ବାଲିଗୁଡାରୁ ୨୪ ସଂକ୍ରମିତ ଅଛନ୍ତି। ସମସ୍ତ ଚିହ୍ନଟଙ୍କୁ ବିଭିନ୍ନ କୋଭିଡ୍‍ କେୟାର ସେଂଟର ଓ ଫୁଲବାଣୀ କୋଭିଡ୍‍ ହସ୍ପିଟାଲରେ ଭର୍ତି କରାଯାଇଥିବା ଜଣା ପଡିଛି। ତେବେ ଆଜି ଚିହ୍ନଟଙ୍କ ମଧ୍ୟରେ ୭୪ଜଣଙ୍କ ମଧ୍ୟରୁ ଦାରିଙ୍ଗବାଡ଼ି ବ୍ଳକରେ ୧୪ ଜଣ ପଜିଟିଭ୍‍ ଚିହ୍ନଟ ହୋଇଥିବା ବେଳେ ସେହି ମାନଙ୍କ ମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। ଜିଲ୍ଲାରୁ ବର୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୭୭୨ ସଂକ୍ରମିତଙ୍କ ମଧ୍ୟରୁ ୪୨୮ ଜଣ ସୁସ୍ଥ ହୋଇ ସାରିଛନ୍ତି। ବର୍ତମାନ ଜିଲ୍ଲର ୩୪୧ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories