www.samajalive.in
Tuesday, December 9, 2025
17.1 C
Bhubaneswar

ଭତ୍ତା ଅପେକ୍ଷାରେ ବୃଦ୍ଧ, ବୃଦ୍ଧା -ଭତ୍ତା ମିଳିବ କେବେ ?

ବଙ୍ଗୋମୁଣ୍ଡା: ସରକାର ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ମାସିକ ଭତ୍ତା ପ୍ରଦାନ କରୁଛନ୍ତି। ତଥାପି ଏହାର ସୁଫଳ ଅନେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ବାରମ୍ବାର ଗୁହାରୀ କଲେ ମଧ୍ୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ଅନେକ ଗ୍ରାମରେ ବର୍ଷ ବର୍ଷ ଧରି ହିତାଧିକାରୀ ଭତ୍ତା ଅପେକ୍ଷାରେ ରହିଛନ୍ତି। ବ୍ଲକର ଅଲଣ୍ଡା ପଞ୍ଚାୟତର ପଣ୍ଡରିପାଣି ଗ୍ରାମର ଅନେକ ଗରିବ ବୃଦ୍ଧ- ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ ହେଉଛି।

ଏହି ଗାଁର ଗଜିନ ହଂସ(୭୦), ଖଗେଶ୍ୱର ମାଝୀ(୬୯), ରାଧେ ହଂସ(୬୮), ପ୍ରସନ୍ନ ହଂସ(୬୫), ରତନ ନିଆଲ(୬୦), ଲମ୍ବୋଦର ମାଝୀ(୬୩), ସୋମବାରୁ ମାଝୀ(୭୬), ସୁରେଖା ମାଝୀ(୬୩), ଲାଲମତୀ ଗହୀର,(୬୦), ଉର୍ମିଲା ଗହୀର(୬୨) ପ୍ରମୁଖ ଭତ୍ତା ପାଇନଥିବା ବେଳେ ଅଞ୍ଜନା ନାଗ, ଲିମ୍ବେ ମାଝୀ ପ୍ରମୁଖ ବିଧବା ଭତ୍ତା ପାଇନାହାନ୍ତି। ତୁରନ୍ତ ଏହି ଗରିବ ବୃଦ୍ଧ ବୃଦ୍ଧା,ବିଧବା ଙ୍କୁ ଭତ୍ତା ପ୍ର୍‍ଦାନ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories