www.samajalive.in
Sunday, December 7, 2025
26.1 C
Bhubaneswar

ମାନିଲେ କ୍ଷମା, ଲୁଚାଇଲେ ବାସନ୍ଦ

ଭାରତୀୟ କ୍ରିକେଟରେ ବୟସ ଜାଲିଆତି ଏକ ଦୁରାରୋଗ୍ୟ ବ୍ୟାଧି ପରି ରହିଆସିଛି। ପ୍ରତିବର୍ଷ ଦେଶରେ ଶହଶହ କ୍ରିକେଟର ବୟସ ଜାଲିଆତି କରି ଧରାପଡ଼ି ବାସନ୍ଦ ହେଉଛନ୍ତି। ତେବେ ବୟସ ଜାଲିଆତି କରିଥିିବା କ୍ରିକେଟରଙ୍କ ପାଇଁ ଏହା ଏକ ଖୁସିଖବର। ଏଣିକି ଯଦି ଜଣେ ଖେଳାଳି ନିଜ ଆଡ଼ୁ ବୟସ ଜାଲିଆତି କରିଛନ୍ତି ବୋଲି ସ୍ୱୀକାର କରନ୍ତି; ସେମାନଙ୍କୁ ବିସିସିଆଇ କ୍ଷମାପ୍ରଦାନ କରିବ। ହେଲେ ବୟସ ଜାଲିଆତି କରିବା ସତ୍ତ୍ବେ ଖେଳାଳି ଯଦି ଏହାକୁ ଲୁଚାନ୍ତି; ତେବେ ପୂର୍ବ ନିୟମ ଅନୁସାରେ ସେମାନେ ୨ ବର୍ଷ ବାସନ୍ଦ ହେବେ। ସୋମବାର ଏହା ଘୋଷଣା କରିଛି ବିସିସିଆଇ।

୨୦୨୦-୨୧ ସିଜିନ୍ ପରଠାରୁ ଯେକୌଣସି ବୟସ ବର୍ଗରେ ବିସିସିଆଇର ଟୁର୍ଣ୍ଣାମେଣ୍ଟ ଖେଳୁଥିବା ପୁରୁଷ ଓ ମହିଳା କ୍ରିକେଟରଙ୍କ ଲାଗି ଏହା ଲାଗୁହେବ।
ବିସିସିଆଇ ପକ୍ଷରୁ ସୋମବାର ଦିଆ ଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଏହି ଯୋଜନା ଅନ୍ତର୍ଗତ ବିସିସିଆଇର ପଞ୍ଜିକୃତ ଯେଉଁ କ୍ରିକେଟର ନିଜଆଡ଼ୁ ଘୋଷଣା କରନ୍ତି ଯେ ଅତୀତରେ ସେମାନେ ଜାଲ୍ ଜନ୍ମଗତ ପ୍ରମାଣପତ୍ର ଦାଖଲ କରିଛନ୍ତି କିମ୍ବା ବୈଧ ପ୍ରମାଣପତ୍ରରେ ଜାଣିଶୁଣି କିଛି ପରିବର୍ତ୍ତନ କରିଛନ୍ତି; ସେମାନେ ବୈଧ ପ୍ରମାଣପତ୍ର ଦାଖଲ କରିବେ। ଏପରି କ୍ଷେତ୍ରରେ ସେମାନଙ୍କୁ ବାସନ୍ଦ କରାଯିବ ନାହିଁ। ଏହାସହ ଏହି କ୍ରିକେଟରଙ୍କୁ ସେମାନଙ୍କ ପ୍ରକୃତ ବୟସ ବର୍ଗର ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ଦିଆଯିବ। ଖେଳାଳିଙ୍କୁ ସେମାନଙ୍କ ପ୍ରକୃତ ବୟସ ଦର୍ଶାଉଥିବା ଆବଶ୍ୟକ କାଗଜାତ ବା ପ୍ରମାଣପତ୍ର ସହ ସେମାନଙ୍କ ଦସ୍ତଖତ ଥିବା ପତ୍ର କିମ୍ବା ଇ-ମେଲ୍ ବିସିସିଆଇର ବୟସ ଯାଞ୍ଚ ବିଭାଗକୁ ପଠାଇବେ। ଏହାର ଶେଷ ତାରିଖ ୨୦୨୦ ସେପ୍ଟେମ୍ବର ୧୫ ରଖାଯାଇଛି।

- Advertisement -

ଯଦି ପଞ୍ଜିକୃତ ଖେଳାଳି ସେମାନଙ୍କ ବୟସ ନେଇ ପ୍ରକୃତ ତଥ୍ୟ ନ ଜଣାନ୍ତି ଏବଂ ସେମାନେ ଜାଲ୍ ଜନ୍ମଗତ ପ୍ରମାଣପତ୍ର ଦାଖଲ କରିଛନ୍ତି କିମ୍ବା ବୈଧ ପ୍ରମାଣପତ୍ରରେ ଜାଣିଶୁଣି କିଛି ପରିବର୍ତ୍ତନ କରିଛନ୍ତି; ସେମାନଙ୍କୁ ୨ ବର୍ଷ ବାସନ୍ଦ କରାଯିବ। ଏହି ୨ ବର୍ଷ ପୂରଣ ପରେ ମଧ୍ୟ ସେମାନଙ୍କୁ ବିସିସିଆଇ କିମ୍ବା ରାଜ୍ୟ କ୍ରିକେଟ ଆସୋସିଏସନ୍ର କୌଣସି ବୟସ ବର୍ଗର ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଦିଆଯିବ ନାହିଁ। ଅର୍ଥାତ୍ ଖେଳାଳିଙ୍କ ବୟସ ଯାହା ହେଉ ପଛେ; ସେମାନେ ୧୬ରୁ କମ୍ଠାରୁ ୨୩ ବର୍ଷରୁ କମ୍ ପର୍ୟ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟରେ ଆଉ ଖେଳିପାରିବେ ନାହିଁ। ବାସନ୍ଦ ଅବଧି ସରିଯିବା ପରେ ସେମାନେ ସିଧାସଳଖ ସିନିୟର ସ୍ତରରେ ଖେଳିପାରିବେ। ସମସ୍ତ ବୟସବର୍ଗ ଓ ସିନିୟର ପୁରୁଷ ଓ ମହିଳା କ୍ରିକେଟର ଯଦି ପ୍ରକୃତ କେଉଁ ରାଜ୍ୟର ମୂଳବାସିନ୍ଦା ବୋଲି ତଥ୍ୟ ଲୁଚାଇବେ ବା ଭୁଲ୍ ତଥ୍ୟ ପ୍ରଦାନ କରିବେ; ସେମାନେ ମଧ୍ୟ ୨ ବର୍ଷ ଲାଗି ବାସନ୍ଦ ହେବେ। ଏହି କ୍ଷେତ୍ରରେ ନିଜ ଆଡ଼ୁ ଭୁଲ୍ ସ୍ୱୀକାର କଲେ ମଧ୍ୟ ସେମାନଙ୍କୁ କ୍ଷମା ମିଳିବ ନାହିଁ।

ପୁଣି ବିସିସିଆଇ ଦର୍ଶାଇଛି ଯେ ୧୪ରୁ ୧୬ ବର୍ଷର ଖେଳାଳି କେବଳ ୧୬ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ ଖେଳିବେ। ପୁଣି ଜନ୍ମର ୨ ବର୍ଷ ପରେ ଯେଉଁ ଖେଳାଳିଙ୍କ ଜନ୍ମଗତ ପ୍ରମାଣପତ୍ର ପଞ୍ଜିକୃତ ହୋଇଥିବ; ସେମାନେ କେତେ ବର୍ଷ ୧୯ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ ଖେଳିବେ; ସେଥିରେ କଟକଣା ରହିବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories