www.samajalive.in
Sunday, December 7, 2025
14.1 C
Bhubaneswar

ଆଠଗଡ ବ୍ଲକର ଖୁଣ୍ଟୁଣୀ ପାଲଟିଛି କରୋନା ଗଡ, ଗୋଟିଏ ପରିବାରରୁ ୬ଜଣ ସଦସ୍ୟ ଆକ୍ରାନ୍ତ

ଗୁରୁଡିଝାଟିଆ: ଆଠଗଡ ବ୍ଲକର ଖୁଣ୍ଟୁଣୀ ଏବେ ପାଲଟିଛି କରୋନା ଗଡ। ସପ୍ତାହକ ଭିତରେ ପ୍ରାୟ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପୁଣି ୧୬ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଗୋଟିଏ ପରିବାରରୁ ୬ଜଣ ସଦସ୍ୟ ଅଛନ୍ତି। ଗତକାଲି କଣ୍ଡରେଇ ଠାରେ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୯ଟି ପଜିଟିଭ ଆସିଥିଲା। ୧୯ ମଧ୍ୟରୁ କେବଳ ୧୬ଟି ହେଉଛି ଖୁଣ୍ଟୁଣୀର । ତେଣୁ ଖୁଣ୍ଟୁଣୀରେ ଏକ ଭୟଭୀତ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ୩୫ଜଣ ଖୁଣ୍ଟୁଣୀ ଭଳି ସ୍ଥାନରୁ କରୋନା ପଜିଟିଭ ଚିହ୍ନଟ ହେବା ଗାଁର ଲୋକମାନଙ୍କୁ ଯେପରି ଭୟଭୀତ କରିଛି ପ୍ରଶାସନର ଚିନ୍ତା ମଧ୍ୟ ବଢାଇଦେଇଛି।କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ ପଞ୍ଚାୟତ ପକ୍ଷରୁ ସଟଡାଉନ, କଂଟାକ୍ଟ ଟ୍ରେସିଂ ଓ ବିଶୋଧନ କରାଯାଇଛି। ହେଲେ କରୋନା ଶୃଙ୍ଖଳ କମିବାର ନାଁ ଗନ୍ଧ ଧରୁନାହିଁ। ବରଂ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ବୁଝାପଡୁଛି ସାମାଜିକ ଦୂରତା ଭଙ୍ଗ ନିଶ୍ଚିତ ହୋଇଛି। ପରସ୍ପର ଠାରୁ ଦୂରେଇ ରହିବା ,ମାକ୍ସ ବ୍ୟବହାର କରିବା ଯଦିଓ ସରକାର ଙ୍କ ପକ୍ଷରୁ ସଚେତନତା କରାଯାଉଛି। କିନ୍ତୁ ଏହାର ପାଳନ କେତେ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାର ଉଦାହରଣ ହେଉଛି ଖୁଣ୍ଟୁଣୀରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ସରପଞ୍ଚ ଶ୍ରୀମତୀ ଫୁଲ ବେହେରା ଆଜି ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟିଆ ସଟଡାଉନ କରିଛନ୍ତି। ଏପରିକି ପ୍ରଶାସନ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଯୋଜନା କରୁଛି। ବାରମ୍ବାର ଗାଁର ସାହିଗଳିକୁ ପଞ୍ଚାୟତ ଓ ଅଗ୍ନୀସମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି।

ଆରତୀ କାରଖାନାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ
ଘଣ୍ଟିଖାଲ ସ୍ଥିତ ଆରତୀ କାରଖାନାରେ ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଘଣ୍ଟିଖାଲରୁ ୧ଜଣ, ଦ୍ୱାରାବତୀପୁର ଭଡାଘରେ ରହୁଥିବା  ଯୁବକ ଓ କାରଖାନା ପରିସରରେ ରହୁଥିବା ଅନ୍ୟଜଣେ ବ୍ୟକ୍ତି ବୋଲି ଜଣାପଡିଛି। କାରଖାନା ବର୍ତ୍ତମାନ ସୁଦ୍ଧା ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସୁଚନାଯୋଗ୍ୟ କାରଖାନାକୁ ଆଠଗଡ ଉପଖଣ୍ଡ ପ୍ରଶାସନ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଟଡାଉନ ଘୋଷଣା କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories