www.samajalive.in
Sunday, December 7, 2025
16.1 C
Bhubaneswar

ବଲାଙ୍ଗିର : ଶୀଘ୍ର ହେବ ଆରମ୍ଭ ବହୁ ପ୍ରତିକ୍ଷିତ ଟ୍ରକ ଟର୍ମିନାଲ

ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

ବଲାଙ୍ଗିର : ବଲାଙ୍ଗିର ପାଇଁ ବହୁ ପ୍ରତିକ୍ଷିତ ଟ୍ରକ୍‍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି। ଏଥି ପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା ସହ ତାହା ପାଇଁ ଏକ ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିସାରିଛି। ବହୁତ କମ୍‍ ଦିନ ଭିତରେ ୧୦କୋଟି ଟଙ୍କାର ଏକ ଟ୍ରକ୍‍ ଟର୍ମିନାଲ ବଲାଙ୍ଗିର ଟିଟିଲାଗଡ ରୋଡ ସ୍ଥିତ ଷ୍ଟେଟ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ହୋଟେଲ ମେଜେନମେଣ୍ଟ ନିକଟରେ ଥିବା ୫ ଏକର ସରକାରୀ ଜମି ଉପରେ ନିର୍ମାଣ ହେବ। ଏହା ସହିତ ଜାତୀୟ ରାଜପଥ ଅଧିନରେ ଥିବା ବଲାଙ୍ଗିର ତଥା ବଲାଙ୍ଗିର ସଂଲଗ୍ନ ରାଜପଥ ନିର୍ମାଣ ଓ ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିସାରିଥିବାରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହର ମଧ୍ୟରେ ଅନେକ ଜାଗାରେ ଟ୍ରକ୍‍ ତଥା ବିଭିନ୍ନ ଭାରିଯାନ ସବୁ ରାସ୍ତାକଡ଼ରେ ଛିଡା ହୋଇ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି କରୁଥିଲେ। ସମୟ ସମୟରେ ଦୁର୍ଘଟଣା ହୋଇ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି। ଏ ସବୁକୁ ହୃଦୟଙ୍ଗମ କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ରାଜ୍ୟ ପୂର୍ତ୍ତମନ୍ତ୍ରୀ, ପୂର୍ତ୍ତ ସଚିବ ତଥା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗଙ୍କ ସହିତ ବାରମ୍ବାର ଆଲୋଚନା କରି ଟ୍ରକ ଟର୍ମିନାଲ ତଥା ଜାତୀୟ ରାଜପଥ କାମ ଯେପରି ଶୀଘ୍ର ଆରମ୍ଭ ହେବ ସେ ଉପରେ ଗୁରୁତ୍ୱ ଦେଇଥିଲେ। ଅର୍ଥ ମଞ୍ଜୁର ହୋଇ ସାରିଥିବା ପ୍ରକଳ୍ପ ଗୁଡିକ ହେଲା ଏନ୍‍ଏଚ୍‍ ୨୬ରୁ ବିଜାଖମନ ବାଏପାସ ପାଇଁ ଜମି ଅଧିଗ୍ରହଣ ପାଇଁ ୧୯୦କୋଟି ୨୩ ଲକ୍ଷ, ବଲାଙ୍ଗିର ବେଲଗାଁ ଭାୟା ଦେଓଗାଁ ରାସ୍ତା ପାଇଁ ୩୯କୋଟିି, ୨୬ନଂ ଜାତୀୟ ରାଜପଥ ଯାହାକି ସହର ମଧ୍ୟରୁ ଯାଇଛି ଗାନ୍ଧୀନଗରପଡା ଛକରୁ ଟିଟିଲାଗଡ ରୋଡ ୩.୫ କିମି ପର୍ଯ୍ୟନ୍ତ ରାସ୍ତାର ପ୍ରସସ୍ତିକରଣ ଓ ସୈାନ୍ଦର୍ଯିକରଣ ତଥା ଗାନ୍ଧୀନଗରପଡାର ଡ୍ରେନ ଏବଂ ଗୋକୁଲଧାମ ପାଖରେ ରାସ୍ତା ପ୍ରସସ୍ତିକର କରଣ ସହିତ ଗାର୍ଡୱାଲ ନିର୍ମାଣ ପାଇଁ ପାଖାପାଖି ୫ କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହୋଇସାରିଛି। ଏଥିରୁ କିଛି ପ୍ରକଳ୍ପ ଆରମ୍ଭ ହୋଇସାରିଥିବା ବେଳେ କିଛି ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହେବ। ଏହା ସହିତ ବରଗଡରୁ ବଲାଙ୍ଗିର ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ରସସ୍ଥିକରଣ ତଥା ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁରି ହୋଇସାରିଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ମଧ୍ୟ ବଲାଙ୍ଗିରର ବିଭିନ୍ନ ପ୍ରକଳ୍ପ ପାଇଁ ଉଭୟ ସରକାର ଆନ୍ତରିକତାର ସହ କାମ କରିବେ ବୋଲି ଆଶା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories