www.samajalive.in
Tuesday, December 9, 2025
15.1 C
Bhubaneswar

ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଯୁଗ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଶିକ୍ଷାନିତୀ ଏନ୍‍ଇପି ନିଯୁକ୍ତି ଅନ୍ୱେଷଣକାରୀଙ୍କୁ ନିଯୁକ୍ତିଦାତାରେ ରୂପାନ୍ତରିତ କରିବ। ସ୍ମାର୍ଟ ଇଣ୍ଡିଆ ହାକାଥନ୍‍-୨୦୨୦କୁ ସମ୍ବୋଧନ କରିବା ଅବସରରେ ମୋଦୀ କହିଛନ୍ତି, ଏନ୍‍ଇପି କେବଳ ଗୋଟିଏ ନୀତି ନୁହେଁ ବରଂ ଏହା ଭାରତବାସୀଙ୍କ ଆକାଂକ୍ଷାର ସମାହାର। ଶିକ୍ଷାଲାଭ କରିବା, ପ୍ରଶ୍ନ ପଚାରିବା ଏବଂ ସମାଧାନ କରିବା ଏହି ୩ଟି ମନ୍ତ୍ରକୁ ଜୀବନର ଆଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ଅଭିନବତା, ଗବେଷଣା ଓ ଶିକ୍ଷାଲାଭ କରିବା ଉପରେ ଏବେ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଯୁଗ ଏବଂ ନୂତନ ଶିକ୍ଷାନୀତି ଏହା ଉପରେ ପର୍ଯ୍ୟବେସିତ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଦେଶର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହୁରି ଅଧିକ ସଫଳ ଓ ସୁଦୁର ପ୍ରସାରୀ କରିବାର ବ୍ୟବସ୍ଥାମାନ ରହିଛି। ସେ କହିଛନ୍ତି, ଦେଶର ଶିକ୍ଷା ବ୍ୟବସ୍ଥାରେ ଅଦ୍ଭୁତପୂର୍ବ ସଂସ୍କାର ଅଣାଯାଇଛି ଓ ଶିକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ରୂପାନ୍ତରଣ ପାଇଁ ପ୍ରଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ନୂଆ ଶିକ୍ଷା ନୀତିରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ବ୍ୟବସ୍ଥା କରାଯାଇଛି, ଜଣେ ବିଦ୍ୟାର୍ଥୀ ଯେଉଁ ବିଷୟ ପଢ଼ିବାକୁ ଚାହୁଁଛନ୍ତି ତାହା ତାଙ୍କୁ ଉପଲବ୍ଧ କରାଇବାକୁ ନିଶ୍ଚିତ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories