www.samajalive.in
Tuesday, December 9, 2025
15.1 C
Bhubaneswar

ବଡ଼ମ୍ବା ବ୍ଲକରେ ଆଉ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବଡ଼ମ୍ବା : କଟକ ଜିଲା ବଡ଼ମ୍ବା ବ୍ଲକରେ ଶନିବାର ଆଉ ୨୪ଜଣ ତଥା ନରସିଂହପୁର ଅଢେଇଗୁଣ୍ଡି ଗ୍ରାମର ଜଣଙ୍କୁ ମିଶାଇ ସମୁଦାୟ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରକାଶ। ଉଲ୍ଲେଖନୀୟ ବିଷୟ ଆକ୍ରାନ୍ତଙ୍କ ମଧ୍ୟରେ ବାହାରୁ ଆସି ମାଣିଆବନ୍ଧ ଫାଣ୍ଡି ଅଧିନରେ କର୍ତ୍ତବ୍ୟରତ ରିଜର୍ଭ ବାଟାଲିଅନର ସର୍ବାଧିକ ୧୦ଜଣ ଜବାନ ଥିବା ଜଣାପଡ଼ିଛି। ସେହିଭଳି ମାଣିଆବନ୍ଧ ନିକଟସ୍ଥ ସନ୍ତରାବାଳି ପଞ୍ଚାୟତରୁ ୫ଜଣ ଏବଂ ବଡ଼ମ୍ବା ଟାଉନରୁ ୩ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ୨ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମସି) ସଙ୍ଗରୋଧ ଅନ୍ତେବାସୀ ହୋଇଥିବା ବେଳେ ବ୍ଲକ ଅନ୍ତର୍ଗତ ମଝିପଡ଼ାରୁ ୨ଜଣ, ଖୁଣ୍ଟକଟା ଏବଂ କେଶାବେରଣୀ ଗ୍ରାମରୁ ଜଣେ ଲେଖାଁଏ ଇନଫ୍ଲୁଞ୍ଜିଆ(ଇଲି)ଲକ୍ଷଣଯୁକ୍ତ ଅନ୍ତର୍ଭୁକ୍ତ ସ୍ଥାନୀୟ ଆକ୍ରାନ୍ତ ଥିବା ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ ଏବଂ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଢେକ ସୂଚନା ଦେଇଛନ୍ତି।

- Advertisement -

ଆକ୍ରାନ୍ତମାନଙ୍କୁ ଚିକିତ୍ସାସେବା ଯୋଗାଇଦେବା ତଥା ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶପାଇଥିବା ଡାକ୍ତର ଶ୍ରୀ ଆଢେକ କହିଛନ୍ତି। ତେବେ ଅଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଆସି କର୍ତ୍ତବ୍ୟରତ ଜବାନ କରୋନା ଆକ୍ରାନ୍ତ ହେବାନେଇ ବିଭିନ୍ନ ମହଲରେ ଉଦ୍‍ବେଗ ପ୍ରକାଶ ପାଇଥିବା ବେଳେ ଏହି କରୋନା ଯୋଦ୍ଧାଙ୍କ ସହିତ ଅନ୍ୟ ପୀଡ଼ିତମାନଙ୍କ ଆଶୁ ଆରୋଗ୍ୟ କାମନା ବଡ଼ମ୍ବା ଜନସାଧାରଣ କାମନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories