www.samajalive.in
Monday, December 8, 2025
14.1 C
Bhubaneswar

ନୂଆ ଶିକ୍ଷାନୀତି ୧୩୦କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏକବିଂଶ ଶତାବ୍ଦୀ ଓ ଏକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଭାରତକୁ ମୁଖ୍ୟ ଭୂମିକା ନିର୍ବାହ କରିବ। ସେଥି ପାଇଁ ନିଜକୁ ସେହି ଅନୁପାତରେ ପରିବର୍ତ୍ତିତ କରିବାକୁ ହେବ। ସ୍ମାର୍ଟ ଇଣ୍ଡିଆ ହାକାଥନରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଏହି ଚିନ୍ତାଧାରା ସହିତ ଦେଶରେ ଏଥିପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ଦିଗରେ କାର୍ଯ୍ୟ କରାଯାଉଛି। ଏହି ଲକ୍ଷ୍ୟ ହାସଲ ପାଇଁ ନବିକରଣ, ଗବେଷଣା, ଡିଜାଇନ୍‍, ବିକାଶ ଓ ଉଦ୍ୟୋଗପତି ପ୍ରତିଭା ବିକାଶ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରାଯାଉଛି। ସେ କହିଛନ୍ତି, ନୂଆ ଶିକ୍ଷାନୀତି ଏହି ଅଳ୍ପଦିନ ତଳେ ଘୋଷଣା କରାଯାଇଛି ଓ ଏକବିଂଶ ଶତାବ୍ଦୀର ଯୁବପୀଢ଼ିର ଆଶା ଓ ଆକାଂକ୍ଷା, ଚିନ୍ତାଧାରା ଏବଂ ଆବଶ୍ୟକତା ଗୁଡ଼ିକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା କେବଳ ଏକ ନୀତିଗତ ଦସ୍ତାବିଜ୍‍ ନୁହେଁ ଏଥିରେ ଦେଶର ୧୩୦କୋଟି ଲୋକଙ୍କର ଆଶା ଓ ଆକାଂକ୍ଷାକୁ ସ୍ଥାନ ଦିଆଯାଇଛି। ସେ କହିଛନ୍ତି, ଏକ ବିଂଶ ଶତାବ୍ଦୀ ଜ୍ଞାନର ଯୁଗ ଓ ସେ ଦୃଷ୍ଟିରୁ ଆମକୁ ଶିକ୍ଷା, ଗବେଷଣା ଓ ନବୀକରଣ ଉପରେ ଅଧିକ ଆଲୋକପାତ କରିବାକୁ ହେବ।

ସେ କହିଛନ୍ତି, ଭାରତର ଜାତୀୟ ଶିକ୍ଷାନୀତି ୨୦୨୦ରେ ଏହିସବୁ ବିଷୟଗୁଡ଼ିକୁ ସ୍ଥାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତିରେ ଦେଶର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଆହୁରି ଅଧିକ ସଫଳ ଓ ସୁଦୁର ପ୍ରସାରୀ କରିବାର ବ୍ୟବସ୍ଥାମାନ ରହିଛି। ସେ କହିଛନ୍ତି, ଦେଶର ଶିକ୍ଷା ବ୍ୟବସ୍ଥାରେ ଅଦ୍ଭୁତପୂର୍ବ ସଂସ୍କାର ଅଣାଯାଇଛି ଓ ଶିକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ରୂପାନ୍ତରଣ ପାଇଁ ପ୍ରଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ  କହିଛନ୍ତି, ନୂଆ ଶିକ୍ଷା ନୀତିରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ବ୍ୟବସ୍ଥା କରାଯାଇଛି, ଜଣେ ବିଦ୍ୟାର୍ଥୀ ଯେଉଁ ବିଷୟ ପଢ଼ିବାକୁ ଚାହୁଁଛନ୍ତି ତାହା ତାଙ୍କୁ ଉପଲବ୍ଧ କରାଇବାକୁ ନିଶ୍ଚିତ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories