ଚର୍ଚ୍ଚିତ ମେଦବହୁଳ ବାଳକଙ୍କ ଓଜନ କମ୍ର ରହସ୍ୟ
୧୪ ବର୍ଷୀୟ ମିହିର ଜୈନ୍ ନିଜ ମେଦବହୁଳତା ପାଇଁ ପୂରା ବିଶ୍ବରେ ଚର୍ଚ୍ଚିତ। ୨୦୧୭ ଡିସେମ୍ବର ସୁଦ୍ଧା ତାଙ୍କ ଓଜନ ୨୩୭ କିଲୋ ଥିଲା। ହେଲେ ବେରିୟାଟ୍ରିକ୍ ସର୍ଜରୀ ସହ ଖାଦ୍ୟପେୟ ନିୟନ୍ତ୍ରଣ ଓ କସରତ କରାଯାଇ ତାଙ୍କ ଓଜନ ୬୦ କିଲୋ କମ୍ କରାଯାଇଛି। ମାତ୍ର ୧୪ ବର୍ଷର ଏଇ ବାଳକ ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ମଧ୍ୟ ଆକ୍ରାନ୍ତ। ଦିନକୁଦିନ ଓଜନ ବଢ଼ୁଥିଲା ବରଂ ନିୟନ୍ତ୍ରଣ ହେଉନଥିଲା। ମିହିରଙ୍କ ମା’ ପୂଜା କହିଛନ୍ତି, ପିଜ୍ଜା, ବର୍ଗର, ସଫ୍ଟ ଡ୍ରିଙ୍କ୍ ଇତ୍ୟାଦି ଦୈନିକ ସେ ଖାଉଥିଲା। ଏସବୁ ଖାଇବାକୁ ପୁଅକୁ ବାରଣ କଲେ ସେ କାନ୍ଦେ। ଏଣୁ ଅନନ୍ୟୋପାୟ ହୋଇ ସେ ପୁଅକୁ ଏସବୁ ଫାଷ୍ଟଫୁଡ୍ ଦେଲେ। ମିହିରର ଚିକିତ୍ସା ନାମୀ ଡାକ୍ତର ଚୌବେ ହିଁ କଲେ। କିଛି ମାସ ତଳେ ଛିଡ଼ା ହୋଇପାରୁନଥିବା ମିହିର ଏବେ ଛିଡ଼ା ହେବା ସହ ଚାଲିପାରୁଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ସେ ଆହୁରି ୧୦୦ କିଲୋ ଓଜନ କମ୍ କରିବାର ଲକ୍ଷ୍ୟ ରଖିଛନ୍ତି। ଏପରିକି ସେ ଭଲଭାବେ ନିଶ୍ବାସ ନେଇପାରୁଛନ୍ତି ବୋଲି କହିଛନ୍ତି। ଅପରେସନ୍ରେ ୪୦ କିଲୋ ଓ ଖାଦ୍ୟପାନୀୟ ନିୟନ୍ତ୍ରଣ କରାଯାଇ ୨୦କିଲୋ ଓଜନ ମିହିରଙ୍କ କମ୍ କରାଯାଇଛି। ପ୍ରତ୍ୟେକ ପିଢ଼ି ନିଜ ଖାଦ୍ୟ ବାବଦରେ ସଚେତନ ରହିବା ଆବଶ୍ୟକ ବୋଲି ଡାକ୍ତରଙ୍କ ପରାମର୍ଶ।