ଶରୀର ପାଇଁ ଜରୁରୀ ଆଣ୍ଟିଅକ୍ସିଡାଣ୍ଟ
ମନୁଷ୍ୟ ଶରୀର ଖଣ୍ଡିଆଖାବରା ହେଲେ କିମ୍ବା ଅପରେସନ୍ ହେଲେ, ଶରୀର ଶୀଘ୍ର ସୁସ୍ଥ ହେବା ନିମନ୍ତେ ଆଣ୍ଟିଅକ୍ସିଡାଣ୍ଟର ଆବଶ୍ୟକତା ପଡ଼ିଥାଏ। କେବଳ ଔଷଧ ନ ଖାଇ ବରଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଖାଦ୍ୟପାନୀୟ ସେବନ କରିବା ମଧ୍ୟ ଶରୀର ପାଇଁ ଖୁବ୍ ହିତକର। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଲେମ୍ବୁ ଫଳରେ ମହଜୁଦ୍ ଥିବା ଭିଟାମିନ୍ ‘ସି’ ଆଣ୍ଟିଅକ୍ସିଡାଣ୍ଟର ଅନ୍ୟତମ ସ୍ରୋତ। ଏଣୁ ଲେମ୍ବୁ ପାଣି ପିଇଲେ କିମ୍ବା କୌଣସି ବ୍ୟଞ୍ଜନରେ ଏହାର ଉପଯୋଗ କରିବା ଶରୀର ପାଇଁ ହିତକାରୀ। ଏହା ସହ ଲେମ୍ବୁରେ ଥିବା ତତ୍ତ୍ବ କେଶ ଓ ତ୍ବଚା ପାଇଁ ମଧ୍ୟ ଉତ୍ତମ।
ପାଚିଲା କଦଳୀ ସମସ୍ତ ବର୍ଗ ଓ ବୟସର ଲୋକ ଖାଇବା ଉଚିତ। ଏଥିରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ହଜମ ପ୍ରକ୍ରିୟା ସୁଧାରିବା ସହ ଶକ୍ତି ଯୋଗାଏ। ଏଣୁ ସକାଳ ଜଳଖିଆରେ ଅନ୍ତତଃ ଗୋଟିଏ ପାଚିଲା କଦଳୀ ଖାଇବା ଭଲ।
ବ୍ରାଉନ୍ ରାଇସ୍ କେବଳ ମଧୁମେହ ରୋଗୀ ଓ ମେଦବହୁଳ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ନୁହେଁ। ଏଥିରେ ଥିବା ପଲିଫିନିଲ ନାମକ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ଶରୀର ପାଇଁ ମହୌଷଧି ଭାବେ କାମ କରେ। ଏଣୁ ନିୟମିତ ଭାବେ ବ୍ରାଉନ୍ ରାଇସ୍ ଖାଇବା ଅଭ୍ୟାସ କରନ୍ତୁ।