www.samajalive.in
Sunday, December 7, 2025
14.1 C
Bhubaneswar

କପିଳାସପଡା ହତ୍ୟାକାଣ୍ଡର ପର୍ଦ୍ଦାଫାଶ; ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଜ୍ୱାଇଁ

ରେଙ୍ଗାଲି: ରେଙ୍ଗାଲି ଥନା ଅନ୍ତର୍ଗତ କପିଳାସପଡା ଗ୍ରାମର ଅନତି ଦୂରରେ ଗତ ୨୯ ତାରିଖ ବୁଧବାର ଦିନ ରାମ କିସାନ(୬୦) ନାମକ ବୃଦ୍ଧଙ୍କୁ ନୃସଂଶ ଭାବରେ ହତ୍ୟା କରାଯାଇଥିଲା। ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ ଏହି ଘଟଣାର ତଦନ୍ତ କରି ରାମ କିସାନକୁ ହତ୍ୟା କରିଥିବା ମୃତକର ଜ୍ୱାଇଁ ବବୁଲୁ କିସାନ(୩୬)କୁ ଗିରଫ କରି ଆଜି କର୍ଟ ଚାଳାଣ କରି ଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ରେ ବ୍ୟବହୃତ ଟାଙ୍ଗିଆକୁ ଏକ ମୁଗୁନି ପଥର ପହାଡ ସନ୍ଧିରୁ ଉଦ୍ଧାର କରାଯାଇ ଜବତ କରାଯାଇଛି। ଅଭିଯୁକ୍ତ ବବଲୁ ଗୁରୁପାଲି କିସାନପଡାର ବାସିନ୍ଦା। ଗତ୨୯ ତାରିଖ ବୁଧବାର ରାତି ରେ ବବଲୁ ମଦ ପିଇ ଶ୍ୱଶୁର ରାମକିସାନ ରହୁଥିବା କପିଲାସ ପଡା ଗାଁ ପାଖ ରାଧାକଷ୍ଣ ମନ୍ଦିର ପାଖ ରେ ଥିବା କୁଡିଆରେ ପହଞ୍ଚିଥିଲା। ସେଠାରେ ସାମାନ୍ୟ କଥାକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ କଥା କଟାକଟି ଏବଂ ଗାଳି ଗୁଳଜ ହୋଇଥିଲା। ବବଲୁ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ନିଜ ଶ୍ୱଶୁରକୁ ନୃସଂଶ ଭାବରେ ହାଣି ଦେଇ ହତ୍ୟା କରି ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ୩୦ ତାରିଖ ସକାଲୁ ପଲିସ ଖବର ପାଇ ସାଇନଟିଫିକ୍ ଟିମ୍ ସହିତ ଘଟଣା ସ୍ଥଳ କୁ ପହଞ୍ଚି ଛାନ୍ବିନ୍ କଲା ପରେ ସନ୍ଦହରେ ବବଲୁ କିସାନକୁ ଥାନାରେ ଅଟକ ରଖି ଜେରା କଲା ବେଳେ ଶ୍ୱଶୁର ରାମ କିସାନକୁ ହତ୍ୟା କରିଥିବା ପୁଳିସ ନିକଟରେ ସ୍ୱୀକାର କରିଥିଲା। କେସ୍ ନଂ ୧୩୧ ଦଫା ୩୦୨ ରେ ମାମଲା ଋଜ୍ଜୁ କରି ଆଜି ଅଭିଯୁକ୍ତ ବବଲୁକୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ପୁଳିସ ସୁତ୍ରରୁ ଜଣାପଡିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories