www.samajalive.in
Sunday, December 7, 2025
26.1 C
Bhubaneswar

ଗୋଟିଏ ଦିନରେ ୬ଲକ୍ଷ ନମୁନା ପରୀକ୍ଷା : ଭାରତର ନୂଆ ରେକର୍ଡ

ନୂଆଦିଲ୍ଲୀ :  ଗୋଟିଏ ଦିନରେ ୬ଲକ୍ଷ କରୋନା ଭୂତାଣୁ ନମୁନା ପରୀକ୍ଷା କରି ଭାରତ ଆଜି ଏ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ
ପରୀକ୍ଷାଗାରରେ ରେକର୍ଡ ସଂଖ୍ୟକ ୬ଲକ୍ଷ ୪୨ ହଜାର ୫୮୮ ଟି ନମୁନାର ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ୍‍ ୧ କୋଟି ୮୮ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଛି। ଦୈନିକ ୧୦୦ଟି ପରୀକ୍ଷାରୁ ଏହା ଆରମ୍ଭ ହୋଇଥିବା ବେଳେ ଗବେଷଣା ପ୍ରତିଷ୍ଠାନ, ମେଡ଼ିକାଲ କଲେଜ, ପରୀକ୍ଷାଗାର, ମନ୍ତ୍ରଣାଳୟ,ବିମାନ ଚଳାଚଳ ସଂସ୍ଥା ଏବଂ ଡାକସେବା କ୍ଷେତ୍ରର ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ ଅଳ୍ପକିଛି ମାସ ମଧ୍ୟରେ ଏହି ସଂଖ୍ୟା ବହୁ
ମାତ୍ରାରେ ବୃଦ୍ଧି ପାଇଛି। କୋଭିଡ୍‍-୧୯ ମହାମାରୀର ଫଳପ୍ରଦ ପରିଚାଳନା ପାଇଁ ସରକାର ଖୁବ୍‍ କମ୍‍ ସମୟ ମଧ୍ୟରେ ବୃହତ୍‍ ଭିତ୍ତିଭୂମିର ବିକାଶ କରିପାରିଛନ୍ତି।

କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ପରୀକ୍ଷଣ, ଅନ୍ୱେଷଣ ଓ ଚିକିତ୍ସା ନୀତି ସୁଦୃଢ଼ କରି କରୋନା ଭୂତାଣୁ ସଂକଟର ମୁକାବିଲା କରିପାରିଛନ୍ତି। ଚଳିତବର୍ଷ ଜାନୁୟାରୀ ମାସରେ ଭାରତରେ କେବଳ ଗୋଟିଏ କୋଭିଡ୍‍-୧୯ ପରୀକ୍ଷାଗାର ଥିଲା। ଏବେ ସମଗ୍ର ଦେଶରେ ୧୩୩୧ଟି ସରକାରୀ ଓ ଘରୋଇ ପରୀକ୍ଷାଗାରରେ କୋଭିଡ୍‍-୧୯ ନମୁନାରପରୀକ୍ଷା କରାଯାଉଛି। ଆଇସିଏମ୍‍ଆର ନୂଆ ନୂଆ ପରୀକ୍ଷାଗାର,
ଆର୍‍ଟି-ପିସିଆର୍‍ କିଟ୍‍ସ, ଟ୍ରୁ ନାଟ୍‍ ଟେଷ୍ଟ୍‍, ସିବି ନାଟ୍‍ ଟେଷ୍ଟ ଓ ଆଣ୍ଟିଜେନ୍‍ ଟେଷ୍ଟ୍‍ସ ଉପକରଣକୁ ଅନୁମତି ପ୍ରଦାନ କରି ଦେଶରେ ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରିଚାଳିଛି। ତେବେ ଏ ସବୁ ସତ୍ତ୍ବେ ଭାରତ ଭଳି ଏକ ବିଶାଳ ଦେଶରେ ପରୀକ୍ଷଣର ଉପଲବ୍ଧତା ଏବେ ବି ଏକ ବଡ଼ ଆହ୍ୱାନ ହୋଇ ରହିଛି। ଏହି ଆହ୍ୱାନର ମୁକାବିଲା ପାଇଁ ସ୍ୱାସ୍ଥ୍ୟ
ମନ୍ତ୍ରଣାଳୟ ଓ ଆଇସିଏମ୍‍ଆର୍‍ ପରୀକ୍ଷଣ ଉପଲବ୍ଧତା ବୃଦ୍ଧି ସକାଶେ ଅତିରିକ୍ତ ପରୀକ୍ଷା ପଦ୍ଧତି ଅବଲମ୍ବନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories