www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ୧୦ ଦିନ ପରେ ବଜାରକୁ ଆସିବ କରୋନା ଟୀକା; ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କୁ ମିଳିବ ପ୍ରତିଷେଧକ

କରୋନା ଯୋଗୁଁ ସାରା ବିଶ୍ଵ ତ୍ରସ୍ତ । କରୋନା ପ୍ରତିଷେଧକ ଉଦ୍ଭାବନ ନିମନ୍ତେ ସାରା ବିଶ୍ଵର ଗବେଷକ ଓ ବିଜ୍ଞାନୀ ଲାଗି ପଡ଼ିଛନ୍ତି । ଭାରତ​‌ରେ ଅକ୍ଟୋବର -ନଭେମ୍ବର ବେଳକୁ ଟୀକା ଉଦ୍ଭାବନ ହେବ ବୋଲି ଆଶା କରାଯାଉଛି । ଏହି ସ୍ଥିତିରେ ରୁଷରୁ ଆସିଛି ଏକ ଆଶ୍ଵସ୍ତିକର ଖବର । ଆସନ୍ତା ଅଗଷ୍ଟ ୧୦ ତାରିଖ ସୁଦ୍ଧା ବଜାରକୁ କରୋନା ଟୀକା ଆସିଯିବ ବୋଲି ରୁଷ ଦାବି କରିଛି । ରୁଷର ଜଣେ ସରକାରୀ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

- Advertisement -

ଜାପାନ ଟାଇମ୍ସ ଓ ସିଏନ୍ଏନରେ ପ୍ରକାଶିତ ସୂଚନା ଅନୁସାରେ ମସ୍କୋର ଗାମାଲିଆ ପ୍ରତି​‌ଷ୍ଠାନ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି ଏବଂ ଏହାକୁ ଅନୁମୋଦନ ନିମନ୍ତେ ପଠାଯାଇଛି । ଅଗଷ୍ଟ ୧୦ରୁ ୧୨ ତାରିଖ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ । ପ୍ରଥମେ ଛାମୁଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଦାନ କରାଯିବ ଏବଂ ଏହାପରେ ସର୍ବସାଧାରଣଙ୍କୁ ପ୍ରଦାନ କରାଯିବ ।

ଏହି ଟୀକା ଉଦ୍ଭାବନ ଓ ଗବେଷଣା କ୍ଷେତ୍ରରେ ପାଣ୍ଠି ଯୋଗାଇ ଦେଉଥିବା ରୁଷୀୟ ସଂସ୍ଥା ପକ୍ଷରୁ  କିରିଲ୍ ଡିମିତ୍ରିଭ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ପ୍ରାୟ ୨୦ ଦେଶ ଓ କିଛି ଆମେରିକୀୟ କମ୍ପାନୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories