www.samajalive.in
Sunday, December 7, 2025
16.1 C
Bhubaneswar

ଟଙ୍କା ମାଗୁଛି ଜାଲ ଫେସବୁକ ଏକାଉଣ୍ଟ, ସୁନ୍ଦରଗଡ଼ରେ ବଢ଼ୁଛି ସାଇବର କ୍ରାଇମ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାରେ ଦିନକୁ ଦିନ ସାଇବର କ୍ରାଇମ ବଢ଼ିବାରେ ଲାଗିଛି। ପୁଲିସ କେବଳ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି କହୁଥିବା ବେଳେ ମାମଲା ଗୁଡ଼ିକର ଆଶାନୁରୂପ ଅଗ୍ରଗତି ହେଉନଥିବାରୁ ଏହି କ୍ରାଇମ କରୁଥିବା ଦୁବୁର୍ତ୍ତମାନଙ୍କ ମନୋବଳ ବଢ଼ିଚାଲିଛି। ଏହିକ୍ରମରେ ସୁନ୍ଦରଗଡ଼ ସହର ଓ ଆଖପାଖ ଅଞ୍ଚଳରେ ମଧ୍ୟ ଏହି ଧରଣର ଅପରାଧ ବଢ଼ି ଚାଲିଛି। କିଛି ଦିନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟିକାଙ୍କ ସ୍ୱାମୀ ଅଜୟ ପଟେଲଙ୍କ ନାମରେ କେହି ଦୁବୁର୍ତ୍ତ ଜାଲ ଫେସବୁକ ଏକାଉଣ୍ଟ ଖୋଲି ବେଶ କିଛି ଟଙ୍କା ତାଙ୍କ ବନ୍ଧୁବାନ୍ଧବ ଓ ସମର୍ଥକଙ୍କଠାରୁ ଆଦାୟ କରିବାରେ ସକ୍ଷମ ହୋଇଥିବା ବେଳେ ଏ ସଂପର୍କରେ ଶ୍ରୀ ପଟେଲ ଥାନାରେ ଏତଲା ଦେବାରୁ ତଦନ୍ତ ଜାରି ରହିଥିବା ବେଳେ ଏବେ ପୁଣି ରାଜ୍ୟ ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ତଥା ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ମଧ୍ୟ ସମଦଶାରେ ପଡ଼ିଯାଇଛନ୍ତି। ତାଙ୍କ ନାମରେ କେହି ଦୁବୁର୍ତ୍ତ ଜାଲ ଫେସବୁକ ଏକାଉଣ୍ଟ ଖୋଲି ଟଙ୍କା ମାଗୁଥିବାର ଜାଣିବା ପରେ ଶ୍ରୀ ତ୍ରିପାଠୀ ଟାଉନ ଥାନାରେ ଏ ସଂପର୍କରେ ଏକ ଏତଲା ଦେଇଛନ୍ତି। ଟାଉନ ପୁଲିସ ଠକେଇ ସମେତ ଆଇ.ଟି ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବାର ଜଣାପଡ଼ିଛି। ଅଜୟ ପଟେଲଙ୍କ ଅଭିଯୋଗ ଓ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗରେ ସମାନତା ରହିଥିବାରୁ ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଏ ଧରଣର ଅପରାଧ ଚଳାଇଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏସ.ପି ସୁଶ୍ରୀ ନାଥ ବଢ଼ୁଥିବା ଏହି ଅପରାଧ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories