ବ୍ରଣରେ ଟୁଥ୍‍ପେଷ୍ଟ ଲଗାଇଲେ ହୋଇପାରେ ଏପରି ପରିଣାମ

0

ବହୁବାର ଆପଣ ଲୋକଙ୍କୁ ବ୍ରଣରେ ଟୁଥ୍‍ପେଷ୍ଟ ଲଗାଇବା ପାଇଁ ପରାମର୍ଶ ଦେବାର ଶୁଣିଥିବେ, ହେଲେ ଏହା ଯେ କେତେ ଭୟଙ୍କର ତାହା ସେମାନେ ଜାଣିନାହାନ୍ତି। ଏପରି କରିବା ଦ୍ୱାରା ବ୍ରଣ ଭଲ ହେବା ପରିବର୍ତ୍ତେ ତ୍ୱଚାର ଭୟଙ୍କର କ୍ଷତି ହୋଇଥାଏ। ଯଦିଓ ଟୁଥ୍‍ପେଷ୍ଟରେ ବେକିଙ୍ଗ୍‍ ସୋଡ଼ା, ହାଇଡ୍ରୋଜେନ ପେରକ୍ସାଇଡ଼୍‍, ଆଲ୍‍କୋହଲ୍‍ ଆଦି ରହିଥାଏ, ଯାହାକି ବ୍ରଣକୁ ସୁଖାଇ ଭଲ କରିବାରେ ସହାୟକ ହୋଇଥାଏ। ଏହା ସତ୍ତ୍ବେ ମଧ୍ୟ ବ୍ରଣ ଉପରେ ଟୁଥ୍‍ପେଷ୍ଟ ଲଗାଇବା ତ୍ୱଚା ପାଇଁ ଅସୁରକ୍ଷିତ ହୋଇଥାଏ।

ଜାଣନ୍ତୁ କାହିଁକି –

ବହୁତ ଲୋକ ବ୍ରଣରେ ଟୁଥ୍‍ପେଷ୍ଟ ଲଗାଇଥା’ନ୍ତି। ଏଥିରେ ଥିବା ଟ୍ରିକ୍ଲୋସନ୍‍ ବ୍ରଣ କରାଉଥିବା ଜୀବାଣୁକୁ ନଷ୍ଟ କରିଦେଇଥାଏ। ହେଲେ ଏହା ଦ୍ୱାରା ତ୍ୱଚାରେ ଆଲର୍ଜି ହେବାର ଭୟ ରହିଥାଏ। ଏହାଦ୍ୱାରା ତ୍ୱଚା କୁଣ୍ଡେଇ ହେବା ଓ ପୋଡ଼ିବାର ବହୁ ସମ୍ଭାବନା ଥାଏ। ବଡ଼ ବ୍ରଣଗୁଡ଼ିକ ଉପରେ ଟୁଥ୍‍ପେଷ୍ଟ ଲଗାଇବା ଦ୍ୱାରା ତାହା ଶୀଘ୍ର ସୁଖିବାକୁ ଲାଗିଥାଏ ସତ, ହେଲେ ଏହାଦ୍ୱାରା ତ୍ୱଚା ବହୁତ ଶୁଷ୍କ ଓ ରୁକ୍ଷ ହୋଇଯାଇଥାଏ। ବ୍ରଣରେ ଟୁଥ୍‍ପେଷ୍ଟ ଲଗାଇବା ଦ୍ୱାରା ତ୍ୱଚାରେ ଗାଢା ଚିହ୍ନ ହୋଇପାରେ। ଏହାଦ୍ୱାରା ତ୍ୱଚାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ବଣରେ ଟୁଥ୍‍ପେଷ୍ଟ ଲଗାଇବାରୁ ବଞ୍ଚନ୍ତୁ। ଯଦି ତଥାପି ଆପଣ ଟୁଥ୍‍ପେଷ୍ଟ ଲଗାଇବାକୁ ଚାହୁଁଛନ୍ତି ତେବେ ଧଳା ରଙ୍ଗର ଟୁଥ୍‍ପେଷ୍ଟ ହିଁ ବ୍ୟବହାର କରନ୍ତୁ। ଯେଉଁଥିରେ କୌଣସି ପ୍ରକାର ରଙ୍ଗ ମିଶ୍ରଣ ହୋଇ ନଥିବ।

Leave A Reply