www.samajalive.in
Sunday, December 7, 2025
14.1 C
Bhubaneswar

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ ଏସଆଇ

ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ପୁଲିସ ଅଫିସର। ମୁରିବାହାଲ ଥାନାର ଏସଆଇ ଏକ ମାମଲାର ଚାର୍ଜସିଟ ହାଳୁକା କରିବା ପାଇଁ ଜଣେ ମୁଦାଲାଙ୍କ ପକ୍ଷରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସର ଏକ ଟିମ ତାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମୁରିବାହାଲ ଥାନାରେ କାର୍ଯ୍ୟରତ ଏସଆଇ ସରୋଜ ରଥଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ଗତ ୨୦୧୯ ମସିହା ଫେବୃୟାରୀ ମାସରେ ମୁରିବାହାଲ ଥାନା ଗୁଡିଘାଟ ଗାଁର ମାନସ ପ୍ରଧାନ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଜଣେ ମହିଲା ମାନସ ପ୍ରଧାନଙ୍କ ନାଁରେ ମାମଲା ରୁଜୁ କରାଇଥିଲେ। ଏହି ମାମଲାର ଚାର୍ଜସିଟକୁ ହାଲୁକା କରିବା ପାଇଁ ଏସଆଇ ଶ୍ରୀ ରଥ ଲାଞ୍ଚ ଦାବି କରିଥିଲେ। ଏଥିପାଇଁ ସେ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ମାନସଙ୍କ ଭାଇ ସଂଜୀବ ପ୍ରଧାନ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ବୁଧବାର ସଂଜୀବ ଉକ୍ତ ୧୦ ହଜାର ଟଙ୍କା ନେଇ ଏସଆଇ ଶ୍ରୀ ରଥଙ୍କ ପାଖରେ ପହଞ୍ଚି ପ୍ରଦାନ କରିଥିଲେ। ପୂର୍ବରୁ ଛକ ରହିଥିବା ବଲାଙ୍ଗିର ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଟିମ ଚଢଉ କରିଥିଲା। ଶ୍ରୀ ରଥଙ୍କ ଠାରୁ ରସାୟନ ବୋଲି ଉକ୍ତ ୧୦ ହଜାର ଟଙ୍କା ଜବତ କରିଥିଲା। ଏନେଇ ଭିଜିଲାନ୍ସ ଏସଆଇଙ୍କୁ ପଚାରଉଚୁରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories