www.samajalive.in
Sunday, December 7, 2025
26.1 C
Bhubaneswar

ହସ୍ପିଟାଲରେ ନିଜ ପୋଷାକ ନିଜେ ସଫା କରୁଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ: କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ନିଜ ପୋଷାକ ସଫା କରୁଥିବା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏପରି କରୁଛନ୍ତି। ଶିବରାଜ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ସେ ନିଜ ପୋଷାକ ନିଜେ ଧୋଉଛନ୍ତି।

ଗତ ଶନିବାର ଶିବରାଜଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ଏହା ପରେ ଭୋପାଳସ୍ଥିତ ଚିରାୟୁ କୋଭିଡ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ମଙ୍ଗଳବାର ସେ ତାଙ୍କ କ୍ୟାବିନେଟ୍‌ର ଭର୍ଚୁଆଲ ମିଟିଂ କରିଥିଲେ। ଏହି ସମୟରେ ସେ ହସ୍ପିଟାଲରେ ୩ଦିନ ବିତାଇଥିବା ନିଜ ଅନୁଭୂତିକୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହିତ ବାଣ୍ଟିଥିଲେ। ସେ କହିଥିଲେ, ମୁଁ କରୋନା ପଜିଟିଭ୍‌ ହୋଇଛି। ଏଥିପାଇଁ ନିଜେ ଚା’ ତିଆରି କରୁଛି ଏବଂ ନିଜ ପୋଷାକ ବି ସଫା କରୁଛି। କାରଣ କୋଭିଡ ରୋଗୀଙ୍କ ପୋଷାକ ଅନ୍ୟ ସୁସ୍ଥ ବ୍ୟକ୍ତି ସଫା କରିବା ଉଚିତ ନୁହେଁ। ସେ ଆହୁରି କହିଛନ୍ତି, ତାଙ୍କୁ ଆଉ ଜ୍ଵର ଆସୁନାହିଁ, କାଶ ନିୟନ୍ତ୍ରଣରେ ରହିଛି ଏବଂ ସଂକ୍ରମଣ ଆରୋଗ୍ୟ ହେବା ଦିଗରେ ରହିଛି।

- Advertisement -

ଏହାବ୍ୟତୀତ ସେ ପୋଷାକ ନିଜେ  ସଫା କରିବାର ଫାଇଦା ବିଷୟରେ ବି କହିଛନ୍ତି। ଶିବରାଜ କହିଛନ୍ତି, କିଛି ଦିନ ତଳେ ତାଙ୍କ ହାତରେ ଅପରେଶନ ହୋଇଥିଲା। ଅନେକ ଫିଜିଓଥେରାପି କରିବା ପରେ ବି ହାତମୁଠା ବନ୍ଦ କରିପାରୁ ନ ଥିଲେ। କିନ୍ତୁ ଏବେ ପୋଷାକ ସଫା କରିବା ପରେ ବିନା ଫିଜିଓଥେରାପିରେ ବି ହାତମୁଠ ବନ୍ଦ ହୋଇପାରୁଛି। ସେଥିଲାଗି ଆମକୁ ଛୋଟମୋଟ କାମ କରିବା ଉଚିତ ବୋଲି ସେ କହିଛନ୍ତି। ଏହା ସହିତ ସେ ଜନସାଧାରଙ୍କୁ ନିବେଦନ କରି ସାମାନ୍ୟ ଲକ୍ଷଣ ଦେଖାଦେଲେ ବି କରୋନା ପରୀକ୍ଷା କରାଇନେବାକୁ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories