www.samajalive.in
Monday, December 8, 2025
14.1 C
Bhubaneswar

ଆଇପିଏଲ୍- ୨୦୨୦ : ବିସିସିଆଇରୁ ଆୟୋଜନ ନିମନ୍ତେ ଚିଠି ପାଇଲା ୟୁଏଇ କ୍ରିକେଟ୍ ବୋର୍ଡ

 

ୟୁଏଇ :  ୨୦୨୦ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ପ୍ରସ୍ତାବକୁ ଗ୍ରହଣ କରି ବିସିସିଆଇର ବିଧିବଦ୍ଧ ‘ଲେଟର ଅଫ୍ ଇଣ୍ଟେଣ୍ଟ୍’ ସୋମବାର ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ପାଇଥିବା ନିଶ୍ଚିତ କରିଛି। ଗତ ସପ୍ତାହରେ ଆଇପିଏଲ ସଭାପତି ବ୍ରିଜେଶ ପଟେଲ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରିଥିଲେ। ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ, ଯାହା ଭାରତ ସରକାରଙ୍କ ଅନୁମୋଦନ ଉପରେ ନିର୍ଭର କରିବ ବୋଲି ସେ କହିଥିଲେ।

- Advertisement -

ଏମିରେଟ୍ସ କ୍ରିକେଟ୍ ବୋର୍ଡର ମହା ସଚିବ ମୁବାଶିର ଉସମାନି ଏକ ବିବୃତ୍ତିରେ କହିଛନ୍ତି ଯେ “ଆମେ ବିସିସିଆଇର ପତ୍ର ପାଇଛୁ ଏବଂ ବର୍ତ୍ତମାନ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ଯାହା ପରେ ଚୂଡ଼ାନ୍ତ ଚୁକ୍ତି କରାଯିବ।” ଉଭୟ ବୋର୍ଡ କାର୍ଯ୍ୟ ଆରମ୍ଭ କରିଛି ଏବଂ ସୁରକ୍ଷିତ ପରିବେଶରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସମ୍ପୃକ୍ତ ଆଭ୍ୟନ୍ତରୀଣ କାର୍ଯ୍ୟ କମିଟି ସମେତ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି। କରୋନା ଭୂତାଣୁ ମହାମାରୀ ମଧ୍ୟରେ ଆଠଟି ଦଳକୁ ନେଇ ବିଦେଶୀ ମାଟିରେ ଆଇପିଏଲ୍ ଆୟୋଜନ କରିବା ଏକ ପ୍ରମୁଖ ପରିଚାଳନା ଚ୍ୟାଲେଞ୍ଜ ହେବ। ତେବେ, ଏହି ଚମତ୍କାର ଟ୍ବେଣ୍ଟି-୨୦ ଲିଗ୍ ଆୟୋଜନ କରି ୟୁଏଇର ଅର୍ଥନୀତି ବହୁ ଲାଭବାନ ହେବ ବୋଲି ଆଶା କରାଯାଉଛି।

ଉସମାନି କହିଛନ୍ତି, ‘ଦୁନିଆର ସବୁଠୁ ରୋମାଞ୍ଚକର, ଲୋକପ୍ରିୟ ତଥା ଚମତ୍କାର ଟୁର୍ଣ୍ଣାମେଣ୍ଟର ଯୋଜନା ଏବଂ ପରିଚାଳନା ଉପରେ ଅନେକ କଥା ପ୍ରଭାବ ପକାଇବ। ୟୁଏଇରେ ଆଇପିଏଲର ସମସ୍ତ ଦିଗ ଉପରେ ଆଲୋଚନା କରିବା ପାଇଁ ଆମକୁ ବିଶେଷଜ୍ଞ ନିଯୁକ୍ତ କରିବାକୁ ପଡିବ। ଏଥିରେ ଆବୁଧାବି, ଦୁବାଇ ଏବଂ ଶାରଜା କ୍ରୀଡ଼ା ପରିଷଦ, ଆବୁଧାବି, ଦୁବାଇ ଏବଂ ଶାରଜା ପର୍ଯ୍ୟଟନ ୟୁନିଟ୍ ଏବଂ ପୋଲିସ୍ ଫୋର୍ସ ଏବଂ ୟୁଏଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭଳି ସରକାରୀ ବିଭାଗ ଅନ୍ତର୍ଭୁକ୍ତ। ‘

ୟୁଏଇର ସମସ୍ତ ସରକାରୀ ବିଭାଗ ଏହି ସ୍ତରର ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ସକ୍ଷମ ଏବଂ ଅତୀତରେ ନିଜକୁ ପ୍ରମାଣିତ କରିଛନ୍ତି। ୨୦୧୪ରେ ଭାରତରେ ସାଧାରଣ ନିର୍ବାଚନ ଯୋଗୁ ୟୁଏଇ ବିଶ୍ୱର ସର୍ବବୃହତ ଟି -୨୦ ଲିଗର କିଛି ମ୍ୟାଚ ଆୟୋଜନ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories