www.samajalive.in
Sunday, December 7, 2025
18.1 C
Bhubaneswar

ନୂଆ ରେକର୍ଡ : ଗୋଟିଏ ଦିନରେ ପରୀକ୍ଷା ହେଲା ୫ଲକ୍ଷରୁ ଅଧିକ କୋଭିଡ୍‍-୧୯ ନମୁନା

ନୂଆଦିଲ୍ଲୀ :  ଗୋଟିଏ ଦିନରେ ୫ଲକ୍ଷରୁ ଅଧିକ କୋଭିଡ୍‍-୧୯ ନମୁନା ପରୀକ୍ଷା କରି ଭାରତ ଆଉ ଏକ ରେକର୍ଡ ପ୍ରତିଷ୍ଠା କରିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ରେକର୍ଡ ସଂଖ୍ୟକ ୫ଲକ୍ଷ ୧୫ହଜାର ୪୭୨ଟି ନମୁନା ପରୀକ୍ଷା କରାଯାଇଛି। ଏଥି ସହିତ ଦେଶରେ ଏ ପର୍ଯ୍ୟନ୍ତ ମୋଟ୍‍ ୧ କୋଟି ୬୮ ଲକ୍ଷରୁ ଅଧିକ ନମୁନାର ପରୀକ୍ଷା କରାଯାଇଛି।

କରୋନା ସଂକ୍ରମଣ ଆରମ୍ଭ ହେବା ସମୟରେ ପ୍ରଥମେ ଦୈନିକ ୧୦୦ଟିରୁ କମ୍‍ ନମୁନାର ପରୀକ୍ଷା ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ଦେଶରେ ଦୈନିକ ୫ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯିବାର କ୍ଷମତା ହାସଲ କରାଯାଇ ପାରିଛି। ଏହା ବିଭିନ୍ନ ଗବେଷଣା ଅନୁଷ୍ଠାନ, ମେଡିକାଲ୍‍ କଲେଜ, ପରୀକ୍ଷାଗାର, ମନ୍ତ୍ରଣାଳୟ, ବିମାନ ଚଳାଚଳ ସଂସ୍ଥା ଓ ବିଶେଷ କରି ଡାକ ସେବାର ଉତ୍ସର୍ଗୀକୃତ ଦଳଗୁଡ଼ିକର ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories