www.samajalive.in
Monday, December 8, 2025
14.1 C
Bhubaneswar

ରାମମନ୍ଦିର ଭୂମି ପୂଜନ ପୂର୍ବରୁ ଅଖଣ୍ଡ ରାମାୟଣ ପାଠ, ରାମନାମ ସଙ୍କୀର୍ତନ

ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଭୂମିପୂଜନ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪୦ରୁ ଅଧିକ ଶୀର୍ଷ ସନ୍ଥଙ୍କ ସହ ଭୂମିପୂଜନ ନେଇ ବିସ୍ତୃତ ବୈଠକ କରିଛନ୍ତି । ରାବଣ ବଧ ପରେ ଶ୍ରୀରାମଙ୍କ ରାଜ୍ୟାଭିଷେକରେ ଅଯୋଧ୍ୟା ନଗରୀ ସଜ୍ଜିତ ହେବା ପରି ଭୂମିପୂଜନ ଦିନ ସମଗ୍ର ଅଯୋଧ୍ୟାକୁ ସଜ୍ଜିତ କରାଯିବ ଏବଂ ଦୁଇଦିନ ଅଖଣ୍ଡ ରାମାୟଣ ପାଠ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହ ସମଗ୍ର ଅଯୋଧ୍ୟାକୁ ଦୀପମାଳାରେ ସଜ୍ଜିତ କରାଯିବ ବୋଲି ସୂଚନା ମିଳିଛି ।

ସନ୍ଥମାନଙ୍କ ସୂତ୍ରରୁ ମିଳିଥିବାସୂଚନା ଅନୁସାରେ ପୁରା ଅଯୋଧ୍ୟାକୁ ଧର୍ମମୟ ଓ ରାମମୟ କରିବାକୁ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି । ଅଯୋଧ୍ୟାର ମଠ, ମନ୍ଦିର, ଗଳି, ମହଲ୍ଲା, ସଡ଼କ ଓ ଘାଟକୁ ମନୋରମ କରାଯିବ ଯେପରି ତ୍ରେତାଯୁଗ ପୃଥିବୀକୁ ଓହ୍ଲାଇ ଆସିବା ପରି ଲାଗିବ । ଏହି ଅବସରରେ ଆଦିତ୍ୟନାଥ ଦଳ କର୍ମକର୍ତା, ନଗରନିଗମ ଓ ପ୍ରଶାସନିକ ଅଧିକାରୀଙ୍କୁ ଅଯୋଧ୍ୟାକୁ ପୁରା ସଜ୍ଜିତ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି ।

- Advertisement -

ଭୂମି ପୂଜନର ସିଧା ପ୍ରସାରଣ ବ୍ୟବସ୍ଥା 

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭୂମି ପୂଜନ ନିମନ୍ତେ ସମସ୍ତ ସନ୍ଥ ଓ ଧାର୍ମିକ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରିବା ଟ୍ରଷ୍ଟ ନିମନ୍ତେ ସମ୍ଭବ ନୁହେଁ । ତେଣୁ ଭୂମି ପୂଜନର ଲାଇଭ୍ ପ୍ରସାରଣ କରାଯିବ ଏବଂ ସମସ୍ତ ଦେଶବାସୀ ଏହାକୁ ଦେଖିପାରିବେ ।

ଅଯୋଧ୍ୟାର ଉତ୍ସାହ ସାରା ଦୁନିଆ ଦେଖିବ: ନୃତ୍ୟଗୋପାଳ (ଅଧ୍ୟକ୍ଷ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ)

ମହନ୍ତ ନୃତ୍ୟଗୋପାଳ ଦାସ କହିଛନ୍ତି ଭୂମି ପୂଜନ ସମସ୍ତ ସନ୍ଥ, ଧର୍ମାଚାର୍ଯ୍ୟ ଓ ସନାତନ ଧର୍ମାବଲମ୍ବୀଙ୍କ ନମନ୍ତେ ମନବାଞ୍ଛିତ ଫଳ ପ୍ରଦାନ କରିବ । ସମସ୍ତ ଲୋକ ଅଖଣ୍ଡ ରାମୟଣ ପାଠ, ସୁନ୍ଦରାକାଣ୍ଡ ପାଠ, ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ । ରାମନାମ ସଙ୍କୀର୍ତନ କରିବା ସହ ଘରକୁ ଦୀପରେ ସଜେଇବାକୁ ସେ ପରାମର୍ଶ ଦେଇଛନ୍ତି ।

ସମସ୍ତେ ଭୂମି ପୂଜନରେ ସାମିଲ ହୁଅନ୍ତୁ : ଚମ୍ପତ ରାୟ ( ଜନ୍ମଭୂମି ଟ୍ରଷ୍ଟ ତୀର୍ଥକ୍ଷେତ୍ର ମହାସଚିବ)

କରୋନା ଯୋଗୁଁ ସମସ୍ତ ସନ୍ଥ ଓ ସାଧାରଣ ଲୋକଙ୍କ ଏକତ୍ରିତ ହେବା ସମ୍ଭବ ନୁହେଁ । ତଥାପି ସମସ୍ତେ ନିଜନିଜ ସ୍ଥାନରେ ରହି ଭୂମି ପୂଜନ କାର୍ଯ୍ୟକ୍ରମର ଦର୍ଶନ କରନ୍ତୁ । ଏଥିରେ ଶିଖ, ଜୈନ, ବୌଦ୍ଧ ଓ ଅନ୍ୟ  ଧର୍ମାବଲମ୍ବୀମାନେ ନିଜନିଜ ସ୍ତରରେ ସାମିଲ ହୋଇ ପାରିବେ ବୋଲି ଶ୍ରୀ ରାୟ କହଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories