www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ଥାନୀୟ ବିରୋଧ ଯୋଗୁ କରୋନା ସନ୍ଦିଗ୍ଧଙ୍କ ଶବଦାହ ଅନ୍ୟତ୍ର କଲା ପ୍ରଶାସନ

କେନ୍ଦ୍ରାପଡ଼ା: ରାଜକନିକା ବ୍ଲକ ନହୁଣୀ ଗ୍ରାମପଞ୍ଚାୟତର ଜଣେ ୭୫ ବର୍ଷର କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଶବ କେନ୍ଦ୍ରାପଡ଼ା ପୌରପାଳିକା ଅଧିନ କଜଳା ଶ୍ମଶାନରେ ଗୁରୁବାର ଦାହ କରାଯାଇଛି। ଏହି ବରିଷ୍ଠ ନାଗରିକ ଜଣକ କଲିକତାରୁ ନିକଟରେ ଫେରିଥିଲେ। ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଭୁବନେଶ୍ୱର କିମ୍‍ସ କୋଭିଡ-୧୯ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ଘରକୁ ଫେରିଥିଲେ। ହେଲେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ତାଙ୍କ ମୃତଦେହ ସଂସ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଡରିଥିଲେ। ଏ ନେଇ ପ୍ରଶାସନକୁ ଅବଗତ କରିଥିଲେ। ଫଳରେ ପ୍ରଶାସନ ସହାୟତାରେ ମୃତଦେହକୁ କେନ୍ଦ୍ରାପଡ଼ା ଅଣାଯାଇ ଦାହ କରାଯାଇଛି। ଶବଦାହ ସମୟରେ ପୁଲିସ ପ୍ରଶାସନ ଉପସ୍ଥିତ ଥିବା ଜଣାପଡିଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories