www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ତମ ବ୍ୟବହାର ପ୍ରଦର୍ଶନ ଲାଗି ପରାମର୍ଶ ଦେଲେ ଏସପି ଅଖିଳେଶ୍ଵର ସିଂହ

କୋଣାର୍କ: ପୁରୀରେ ନୂତନ ଭାବେ ଯୋଗ ଦେଇଥିବା ଏସପି ଅଖିଳେଶ୍ଵର ସିଂହ ବୁଧବାର ସନ୍ଧ୍ୟାରେ କୋଣାର୍କ ଥାନା ପରିଦର୍ଶନ କରି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲିକଙ୍କ ଠାରୁ ପଚାରି ବୁଝିଛନ୍ତି। ବିଭିନ୍ନ ସମସ୍ୟା ନେଇ ଥାନାକୁ ଆସୁଥିବା ଲୋକଙ୍କୁ ସହଯୋଗ କରିବା ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଲାଗି ଉପସ୍ଥିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କରେ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି, ଥାନାକୁ ଅଭିଯୋଗ ନେଇ ଆସୁଥିବା ମହିଳାମାନଙ୍କର ଅଭିଯୋଗ ମହିଳା ପୋଲିସ ଶୁଣୁଛନ୍ତି କି ନାହିଁ, ପୂର୍ବପେକ୍ଷା ଅପରାଧ ହାର କମିବା, ପାଟ୍ରୋଲିଂ ନିମନ୍ତେ ପୋଲିସ ଭ୍ୟାନ୍‌ ସଜାଗ ରହିବା, ଷ୍ଟାଫ କ୍ୱାର୍ଟର୍ସ, ଆଦି ସମ୍ପର୍କରେ ପୋଲିସ କର୍ମକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଥାନାରେ ଆବଶକୀୟ କର୍ମଚାରୀ ଅଛନ୍ତି କି ନହାନ୍ତି ପଚାରି ବୁଝିବାସହ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଏସପି ଶ୍ରୀ ସିଂହ ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ମଧ୍ୟ ପରିଦର୍ଶନ କରିଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories