www.samajalive.in
Sunday, December 7, 2025
14.1 C
Bhubaneswar

ମସଜିଦରେ ନମାଜ ପଢିବାକୁ ଦିଅ ଅନୁମତି, ହଟିବ କରୋନା : ସପା ସାଂସଦ

ଲକ୍ଷ୍ନୌ :  ସମାଜବାଦୀ ପାର୍ଟିର ସାଂସଦ ଡକ୍ଟର ଶାଫିକ୍କୁରହମାନ ବୁର୍କ କହିଛନ୍ତି ଯେ, ମସଜିଦ ଏବଂ ଇଦଗାରେ ନମାଜ ପାଠ କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଉ। ଯେତେବେଳେ ମୁସଲମାନମାନେ ଏକତ୍ର ନମାଜ କରିବେ, ତେବେ ଦେଶରୁ କରୋନା ଦୂର ହୋଇଯିବ |

ସାମୁହିକ ପ୍ରାର୍ଥନାକୁ ନିଷେଧ କରିବା ଭୁଲ ବୋଲି ସେ କହିଛନ୍ତି। ସେଥିପାଇଁ ଆଲ୍ଲା ଅସନ୍ତୁଷ୍ଟ ହୋଇଛନ୍ତ ଓ ଦେଶ ଅସୁବିଧା ଜନକ ସ୍ଥିତିରେ ଅଛି। ସେ କହିଛନ୍ତି ଯେ ଇଦଗା ଏବଂ ମସଜିଦରେ ପ୍ରାର୍ଥନା କଲେ ଆଲ୍ଲା କରୋନାକୁ ଶେଷ କରିବେ।

- Advertisement -

ମସଜିଦ ଏବଂ ଇଦଗାରେ ଇଦ୍ ଉଲ୍ ଆଝା ନମାଜ କରିବାକୁ ସେ ଦାବି କରିଥିଲେ। ଏଥି ସହିତ ପଶୁ କ୍ରୟ ପାଇଁ ଏକ ବଜାର ସ୍ଥାପନ କରିବାକୁ ଏବଂ ସେମାନଙ୍କୁ କିଣିବାକୁ ଅନୁମତି ଦେବାକୁ କୁହାଯାଇଛି। ଯାହାଫଳରେ ମୁସଲମାନ ସଂମ୍ପ୍ରଦାୟର  ଲୋକମାନେ କୁର୍ବାନୀ ଦେଇ ପାରିବେ। କେବଳ ପାଞ୍ଚ ଜଣଙ୍କୁ ନମାଜ ପାଠ କରିବାକୁ ଅନୁମତି ଦେବା ଦ୍ବାରା ନମାଜ ହୁଏ ନାହିଁ, ଏବଂ ସାମୁହିକ ନମାଜର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ତେଣୁ ସମସ୍ତ ମୁସଲମାନମାନଙ୍କୁ ଏକତ୍ର ନମାଜ କରିବାକୁ ଅନୁମତି ଦିଆଯିବା ଉଚିତ୍। ଏକାଠି ଆଲ୍ଲାଙ୍କୁ ପ୍ରାର୍ଥନା କରିବା ଓ ତାଙ୍କ ଆଶୀର୍ବାଦ ଦ୍ବାରା କରୋନାର ଅନ୍ତ ହେବ। କୁର୍ବାନୀ ପାଇଁ ପଶୁ କିଣିବା ନିମନ୍ତେ ଏକ ବଜାର ସ୍ଥାପନ କରିବାକୁ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି।

ପଶୁ କିଣିବା ପରେ ଫେରୁଥିବା ଲୋକଙ୍କୁ ଭୟଭୀତ ନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଉ। ସାଂସଦ ଡକ୍ଟର ଶାଫିକ୍କୁରହମାନ ବୁର୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଭଲ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେ ସ୍ମାରକପତ୍ରରେ ମଧ୍ୟ ଇଦଗା ଏବଂ ମସଜିଦରେ ନମାଜ ପାଠ ପାଇଁ ଦାବି କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories