www.samajalive.in
Monday, December 8, 2025
14.1 C
Bhubaneswar

ଦେଶରେ ପ୍ରକୃତ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୩.୪୨ ଲକ୍ଷ

ଶତକଡା ୧ ଭାଗରୁ କମ ଭେଣ୍ଟିଲେଟରରେ ଥିବା ବେଳେ ଶତକଡା ୨ ଭାଗରୁ କମ ସଂକ୍ରମିତ ଆଇସିୟୁ ଓ ଶତକଡା ୩ ଭାଗରୁ କମ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଛନ୍ତି

ନୂଆଦିଲ୍ଲୀ : ଶୁକ୍ରବାର ସୁଦ୍ଧା​​‌ ଦେଶରେ କରୋନା ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ୩,୪୨,୭୫୬ । ଏପର୍ଯ୍ୟନ୍ତ ୬.୩୫ ଲକ୍ଷ ବା ଶତକଡା ୬୩.୩୩ ଭାଗ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ବୋଲି  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ।
ଭାରତ ପୃଥିବୀର ଦ୍ଵିତୀୟ ସର୍ବାଧିକ ଜନବହୁଳ ଦେଶ ଓ ଏହାର ଲୋକସଂଖ୍ୟା ୧୩୫ କୋଟି । ସେ ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ୧ ନିୟୁତରେ ୭୨୭.୪ । ପୃଥିବୀର ଅନ୍ୟ ଦେଶ ବିଶେଷକରି ୟୁରୋପୀୟ ଦେଶ ତୁଳନାରେ ଏହା ୪ ରୁ ୮ ଗୁଣ କମ୍ ।
ଦେଶରେ ୧ ନିୟୁତରେ ମୃତ୍ୟୁ ହାର ୧୮.୬ ଯାହାକି ବିଶ୍ଵରେ ସବୁଠାରୁ କମ୍ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଉଥିବା ମିଳିତ ଅଭିଯାନରେ ଘରକୁ ଘର ସର୍ଭେ, ଆକ୍ରାନ୍ତ ଚିହ୍ନଟ, ଆବଦ୍ଧ ଓ ବଫର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର, ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ଓ ସମୟୋପଯୋଗୀ ନିଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଅତି କମ ଲକ୍ଷଣ, କମ ଲକ୍ଷଣ ଓ ଖୁବ ବେଶୀ ଲକ୍ଷଣ ଭଳି ତିନୋଟି ଶ୍ରେଣୀରେ ରୋଗୀମାନଙ୍କୁ ବିଭକ୍ତ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ଚିକିତ୍ସା କାର୍ଯ୍ୟ ଜାରି ରହିଛି। ଶତକଡା ୮୦ ଭାଗ ଲକ୍ଷଣ ବିହୀନ ଓ ଅତି କମ୍ ଲକ୍ଷଣ ଥିବା ରୋଗୀମାନଙ୍କୁ ଘରୋଇ ଏକାନ୍ତବାସରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଉଛି । ସ୍ୱଳ୍ପ ଲକ୍ଷଣ ଓ ଅଧିକ ଲକ୍ଷଣ ଥିବା ରୋଗୀମାନଙ୍କୁ କୋଭିଡ ଗୃହ ବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅତି ଅଳ୍ପ ଏବଂ ଲକ୍ଷଣ ବିହୀନ ରୋଗୀମାନେ ଘରେ ରହି ଚିକିତ୍ସିତ ହେଉଥିବାରୁ ହସ୍ପିଟାଲ ଉପରେ ଆଉ ସେମାନେ ବୋଝ ହେଉନାହାନ୍ତି।  ଏହାଦ୍ଵାରା ସ୍ୱଳ୍ପ ଓ ଅତ୍ୟଧିକ ଲକ୍ଷଣ ଥିବା ରୋଗୀମାନଙ୍କ ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦିଆଯାଇପାରୁଛି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଶତକଡା ୧.୯୪ରୁ ମଧ୍ୟ କମ୍ ମାମଲା ଆଇସିୟୁରେ ଥିବା ବେଳେ ୦.୩୫ ମାମଲା ଭେଣ୍ଟିଲେଟର ଓ ୨.୮୧ ଭାଗ ମାମଲା ଅମ୍ଳଜାନ ସହାୟକ ଶଯ୍ୟା ଜରିଆରେ ଚିକିତ୍ସା କରାଯାଉଛି ।
ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ଗୁଣାତ୍ମକ ଉପଚାର ପାଇଁ ଦେଶରେ ସମସ୍ତ ପଦକ୍ଷେପ ନିଆଯାଇଛି । ଏହି ମିଳିତ ଉଦ୍ୟମ ଯୋଗୁଁ ଆଜି କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମି ମଧ୍ୟ ସୁଦୃଢ ହୋଇପାରିଛି । ଦେଶରେ ୧୩୮୩ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ରହିଥିବା ବେଳେ ୩୧୦୭ଟି ସ୍ଵାସ୍ଥ୍ୟସେବା କେନ୍ଦ୍ର ଓ ୧୦,୩୮୨ଟି କୋଭିଡ ସୁଧାର ଗୃହ ରହିଛି । ଏସମସ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ମୋଟ ୪୬,୬୭୩ ଆଇସିୟୁ ଶଯ୍ୟା, ୨୧,୮୪୮ ଭେଣ୍ଟିଲେଟର ଉପଲବ୍ଧ ଅଛି। ଦେଶରେ​‌ ଏନ-୯୫ ମାସ୍କ ଏବଂ ପିପିଇ କିଟ୍ସର କୌଣସି ଅଭାବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୩୫.୫୮ ଲକ୍ଷ ଏନ-୯୫ ମାସ୍କ ଏବଂ ୧୨୪.୨୬ ଲକ୍ଷ ପିପିଇ କିଟ୍ସ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories