www.samajalive.in
Tuesday, December 9, 2025
26.1 C
Bhubaneswar

୧.୪୧ ଲକ୍ଷ ଗାଡ଼ି ଫେରାଇନେବେ ଟୟୋଟା-ମାରୁତି: ଇନ୍ଧନ ପମ୍ପରେ ଦେଖାଯାଉଛି ତ୍ରୁଟି

ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍) ଏହାର ପ୍ରିମିୟମ ହଚବ୍ୟାକ କାର୍ ଗ୍ଲାଞ୍ଜାର ୬୫୦୦ ୟୁନିଟ୍ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଏହି କାରର ଇନ୍ଧନ ପମ୍ପରେ ତ୍ରୁଟି ଦେଖାଯାଉଥିବା ଅଭିଯୋଗ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । କମ୍ପାନୀର ଗ୍ଲାଞ୍ଜା ମୂଳ ରୂପେ ମାରୁତି ସୁଜୁକି ବଲେନୋ ଢ଼ାଞ୍ଚାରେ ଆଧାରିତ ଏବଂ ମାରୁତି ସହ ଚୁକ୍ତି କରି ଟୟୋଟା ଏହି କାରରେ କିଛି ପରିବର୍ତନ କରି ନିଜ କମ୍ପାନୀ ବ୍ରାଣ୍ଡରେ ବଜାରକୁ ଛାଡ଼ିଛି ।

ଟିକେଏମ୍ ପକ୍ଷରୁ କୁହାଯାଇଛି ଯେ ‘ଗ୍ରାହକ ପ୍ରଥମେ’ ସିଦ୍ଧାନ୍ତରେ କମ୍ପାନୀ ବିଶ୍ବାସ କରେ ଏବଂ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ୨୦୧୯ ଏପ୍ରିଲ ୨ରୁ ଅକ୍ଟୋବର ୬ ମଧ୍ୟରେ ନିର୍ମାଣ ହୋଇଥିବା ଗ୍ଲାଞ୍ଜାର ସମସ୍ତ କାରକୁ ଫେରାଇ ନେବାକୁ ମନସ୍ଥ କରିଛି । କମ୍ପାନୀ ନିଜର ଅଧିକୃତ ଡ଼ିଲରଙ୍କ ଜରିଆରେ ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିବ ।

- Advertisement -

ଅନ୍ୟପକ୍ଷରେ  ଦେଶର ସବୁଠାରୁ ବଡ଼ କାର ଉତ୍ପାଦନ କରୁଥିବା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଖରାପ ଇନ୍ଧନ ପମ୍ପର ଯାଞ୍ଚ ଓ ଏହାର ପରିବର୍ତନ ନିମନ୍ତେ କମ୍ପାନୀ ୧,୩୪, ୮୮୫ ୱାଗନ ଆର୍ ଓ ବଲେନୋ କାରର ଯାଞ୍ଚ ନିମନ୍ତେ ଫେରାଇବାକୁ ମନସ୍ଥ କରିଛି । କମ୍ପାନୀ ଏହି କାରଗୁଡ଼ିକର ଇନ୍ଧନ ପମ୍ପରେ ତ୍ରୁଟିର ଯାଞ୍ଚ କରିବ ଏବଂ ଏହାକୁ ପରିବର୍ତନ କରିବ । ମାରୁତି ଏହି ସମୟରେ ୱାଗନ-ଆରର ୧ ଲିଟର ଇଞ୍ଜିନ ବିଶିଷ୍ଟ ସେହି ମଡ଼େଲଗୁଡ଼ିକୁ ଫେରାଇବାକୁ ମନସ୍ଥ କରିଛି ଯେଉଁଗୁଡ଼ିକ ୨୦୧୮ ନଭେମ୍ବର ୧୫ରୁ ଅକ୍ଟୋବର ୨୦୧୯ ମଧ୍ୟରେ ନିର୍ମାଣ ହୋଇଛି । ବଲେନୋର ପେଟ୍ରୋଲ ଇଞ୍ଜିନ ବିଶିଷ୍ଟ ସେହି ଗାଡ଼ିଗୁଡ଼ିକୁ ମଧ୍ୟ ଫେରାଇ ତ୍ରୁଟି ସଂଶୋଧନ କରିବ ଯେଉଁଗୁଡ଼ିକ ୨୦୧୯ ଜାନୁଆରୀ ୮ରୁ ନଭେମ୍ବର ୪ ମଧ୍ୟରେ ନିର୍ମାଣ ହୋଇଛି । ଏହି ଦୁଇ କାର ସଂଖ୍ୟା ୧,୩୪, ୮୮୫ ବୋଲି ଜଣାପଡ଼ିଛି ।

ମାରୁତି କମ୍ପାନୀର ସୂଚନା ଅନୁସାରେ ୨୦୧୮ ନଭେମ୍ବର ୧୫ରୁ ୨୦୧୯ ଅକ୍ଟୋବର ୧୫ ମଧ୍ୟରେ କ୍ରୟ ହୋଇଥିବା ୱାଗନ ଆରର ୧ ଲିଟର ଇଞ୍ଜିନ ବିଶିଷ୍ଟ ୫୬୬୬୩ ୟୁନିଟ୍ ଫେରସ୍ତ ଅଣାଯାଇ ଯାଞ୍ଚ କରାଯିବ ଓ ଯଦି ଏଥିରେ କିଛି ତ୍ରୁଟିଥିବ ତାହାର ସଂଶୋଧନ କରାଯିବ । ଏହାକୁ ଠିକ୍ କରାଯାଇ ଗ୍ରାହକଙ୍କୁ ଫେରସ୍ତ କରାଯିବ । ଅନୁରୂପ ଭାବରେ ୨୦୧୯ ଜାନୁଆରୀ୮ରୁ ନଭେମ୍ବର ୪ ମଧ୍ୟରେ କ୍ରୟ ହୋଇଥିବା ବଲେନୋର ପେଟ୍ରୋଲ ଇଞ୍ଜିନ ବିଶିଷ୍ଟ ୭୮୨୨୨ ୟୁନିଟ୍ ମଧ୍ୟ ଯାଞ୍ଚ କରାଯିବ ଏବଂ ଏହାପରେ ଠିକ କରାଯାଇ ଗ୍ରାହକଙ୍କୁ ଫେରସ୍ତ ଦିଆଯିବ । ଯଦି ଏହି ଯନ୍ତ୍ରାଂଶ ବଦଳାଯିବାର ଆବଶ୍ୟକତା ପଡ଼ିବ ତାହାର ଖର୍ଚ କମ୍ପାନୀ ବହନ କରିବ

ସୂଚନାଯୋଗ୍ୟ ଯେ ଟୟୋଟା ଓ ସୁଜୁକି ୨୦୧୮ ମାର୍ଚ ମାସରେ ଭାରତୀୟ ବଜାରରେ ପରସ୍ପରର ହାଇବ୍ରିଡ଼ କାରକୁ ନେଇ ବୁଝାମଣା କରିଥିଲେ । ଏହି ବୁଝାମଣା ଅନୁସାରେ ଟୟୋଟା ମୋଟର୍ସ ମାରୁତିର ବଲେନୋକୁ ନେଇ କିଛି ପରିବର୍ତନ କରି ନିଜ ବ୍ରାଣ୍ଡରେ ଗ୍ଲାଞ୍ଜା ନାମରେ ବିକ୍ରି କରୁଛି ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories