www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଥମ ଟେଷ୍ଟରେ ଇଣ୍ଡିଜ୍‌ର ଚମକପ୍ରଦ ବିଜୟ

ସାଉଥାମ୍ପ୍‌ଟନ: ବିଶ୍ବରେ କରୋନା ସଂକ୍ରମଣ ପରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‌ରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ୍। ଏହି ଦର୍ଶକବିହୀନ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଘରୋଇ ଇଂଲଣ୍ଡ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାରକରି ଇଣ୍ଡିଜ୍ ୪ ୱିକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍ ୧-୦ରେ ଆଗୁଆ ହୋଇଛି। ୨୦୦୦ ପରେ ପ୍ରଥମଥର ପାଇଁ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍‌ରେ ଆଗୁଆ ହୋଇଛି ଇଣ୍ଡିଜ୍। ୨ୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନ୍‌ର ବିଜୟଲକ୍ଷ୍ୟ ମିଳିଥିବା ବେଳେ ଜର୍ମେନ୍ ବ୍ଲାକ୍‌ଉଡ୍‌ଙ୍କ ୯୫ ରନ୍ ବଳରେ ଏହା ୬ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା। ଇଂଲଣ୍ଡ ରବିବାର ୫ମ ତଥା ଅନ୍ତିମ ଦିନରେ ୨ୟ ଇନିଂସରେ ୩୧୩ ରନ୍‌କରି ଅଲ୍ଆଉଟ ହେବା ଯୋଗୁଁ ୱେଷ୍ଟଇଣ୍ଡିଜ୍‌କୁ ୨ୟ ଇନିଂସରେ ୨୦୦ ରନ୍‌ର ପିଛା କରିବାକୁ ପଡ଼ିଥିଲା। ୧୬ରୁ ୨ୟ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେବ।
ୱେଷ୍ଟଇଣ୍ଡିଜ୍ ବିପର୍ଯ୍ୟୟ ସହ ୨ୟ ଇନିଂସ ଆରମ୍ଭ କରିଥିଲା। ମାତ୍ର ୨୭ ରନ୍‌ରେ ଇଣ୍ଡିଜ୍ ୩ଟି ୱିକେଟ ହରାଇଥିବା ବେଳେ ଜନ୍ କ୍ୟାମ୍ପ୍‌ବେଲ୍‌ ୧ ରନ୍‌କରି ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍‌ ୪ ଓ ସମାରା ବ୍ରୁକ୍‌ସ ବିନା ସ୍କୋର୍‌ରେ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ସାଇ ହୋପ୍ ୯ ରନ୍ କରିଥିଲେ। ୪ର୍ଥ ୱିକେଟ ପାଇଁ ରୋଷ୍ଟନ୍ ଚେଜ୍ ଓ ଜର୍ମେନ୍ ବ୍ଲାକ୍‌ଉଡ୍‌ ୭୩ ରନ୍ ଯୋଡ଼ିଥିଲେ। ଚେଜ୍ ୩୭ ରନ୍‌କରି ଆର୍ଚରଙ୍କ ୩ୟ ଶିକାର ହୋଇଥିଲେ। ଏହାପରେ ବ୍ଲାକ୍‌ଉଡ୍‌ ଓ ସେନ୍ ଡାଓରିଚ୍ ଲଢ଼ୁଆ ବ୍ୟାଟିଂକରି ୫ମ ୱିକେଟ ପାଇଁ ୬୮ ରନ୍ ଯୋଗକରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ଡାଓରିଚ୍ ୨୦ ରନ୍ କରିଥିଲେ। ପରେ ବ୍ଲାକ୍‌ଉଡ୍‌ ଓ ଜେସନ୍ ହୋଲ୍‌ଡର ୨୧ ରନ୍ ଯୋଗ କରିଥିଲେ। ମାତ୍ର ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବ୍ଲାକ୍‌ଉଡ୍‌ ଚମତ୍କାର ବ୍ୟାଟିଂକରି ୧୨ଟି ଚୌକା ସହ ୯୫ ରନ୍ କରିଥିଲେ। ହୋଲ୍‌ଡର ୧୪ ଓ ଜନ୍ କ୍ୟାମ୍ପ୍‌ବେଲ ୮ ରନ୍ କରି ଅପରାଜିତ ଥିଲେ। ଆର୍ଚର ୩ଟି ୱିକେଟ ପାଇଥିଲେ।
୪ର୍ଥ ଦିନ ଶେଷରେ ଇଂଲଣ୍ଡ ୨ୟ ଇନିଂସରେ ୮ ୱିକେଟରେ ୨୮୪ ରନ୍ କରିଥିଲା। ରବିବାର ଅନ୍ତିମ ଦିନରେ ଇଂଲଣ୍ଡର ୨ୟ ଇନିଂସ ୩୧୩ ରନ୍‌ରେ ସମାପ୍ତ ହୋଇଥିଲା। ଇଂଲଣ୍ଡ ଶେଷଦିନରେ ଆଉ ୩୯ ରନ୍ ଯୋଗକରି ଶେଷ ୨ଟି ୱିକେଟ ହରାଇଥିଲା। ଜୋଫ୍ରା ଆର୍ଚର ୪ଟି ଚୌକା ସହ ୨୩ ରନ୍ କରିଥିଲେ। କ୍ରମାଗତ ୨ୟ ଇନିଂସରେ ଭଲ ବୋଲିଂକରି ଫାଷ୍ଟବୋଲର ସାନନ୍ ଗାବ୍ରିଏଲ୍‌ ୫ଟି ୱିକେଟ ପାଇଥିଲେ। ରୋଷ୍ଟନ୍ ଚେଜ୍ ଓ ଆଲ୍‌ଜାରି ଜୋସେଫ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ। ମ୍ୟାଚ୍‌ରେ ୯ଟି ୱିକେଟ ନେଇଥିବା ଗାବ୍ରିଏଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories