www.samajalive.in
Wednesday, December 10, 2025
17.1 C
Bhubaneswar

ମାନବ ପରୀକ୍ଷା ଶେଷ, ବିଶ୍ୱର ପ୍ରଥମ କରୋନା ଟୀକା ନିରାପଦ ପ୍ରମାଣିତ

ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି। ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର ସ୍ବେଛାସେବୀମାନଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବା ଟ୍ରାଞ୍ଜିସିନାଲ ମେଡିସିନ୍ ଏବଂ ବାୟୋଟେକ୍ନୋଲୋଜି ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଦିମ ତାରାସୋଭ କହିଛନ୍ତି। ସେହି ସ୍ଵେଛାସେବୀମାନଙ୍କର ପ୍ରଥମ ଦଳକୁ ଜୁଲାଇ ୧୫ ଏବଂ ଦ୍ୱିତୀୟ ଦଳକୁ ଜୁଲାଇ ୨୦ରେ ଡିସଚାର୍ଜ କରାଯିବ।

- Advertisement -

ରୁଷିଆର ଗମାଲେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଏହି କରୋନା ଟୀକାର ଜୁନ୍ ୧୮ରେ କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଥିଲା। ସେଚେନୋଭ ୟୁନିଭରସିଟିର ମେଡିକାଲ ପାରାସିଟୋଲୋଜି, ଟ୍ରପିକାଲ୍ ଏବଂ ଭେକ୍ଟର-ବର୍ଣ ରୋଗ ବିଭାଗ ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଲୁକାଶେଭ କହିଛନ୍ତି, ମଣିଷ କ୍ଷେତ୍ରରେ ଏହି ଟୀକା କେତେ ନିରାପଦ ତାହା ଜାଣିବା କ୍ଲିନିକାଲ ପରୀକ୍ଷାର ଉଦ୍ଦେଶ୍ୟ ଥିଲା।

ସେ କହିଛନ୍ତି ଯେ ଟୀକାକରଣର ନିରାପତ୍ତା ନିଶ୍ଚିତ ହୋଇଛି। ଏହା ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଥିବା ଅନ୍ୟ ଟୀକା ଭଳି ସୁରକ୍ଷିତ। ଏହି ଟିକାର ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ଏବଂ ମହାମାରୀ ପରିସ୍ଥିତିର ଜଟିଳତା ଅନୁଯାୟୀ ଉତ୍ପାଦନ ବୃଦ୍ଧି ହେବାର ସମ୍ଭାବନା ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories