www.samajalive.in
Sunday, December 7, 2025
13.1 C
Bhubaneswar

ବଦଳିଗଲା କରୋନା ଆକ୍ରାନ୍ତଙ୍କ ଠିକଣା, ପୂର୍ବତନ ବିଧାୟକଙ୍କ ପ୍ରତିକ୍ରିୟା

ବଡ଼ସାହି: ଗୁରୁବାର ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ପ୍ରକାଶ ପାଇଛି। ପ୍ରତିଦିନ ପରି ଜିଲା ପ୍ରଶାସନର ଟ୍ୱିଟର ପୃଷ୍ଠାରେ ଏନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି। ତେବେ ଦୁଇ ଜଣ ରୋଗୀଙ୍କ ଠିକଣା ଗୋଟିଏ ବ୍ଲକ ହୋଇଥିବା ବେଳେ ତାଲିକାରେ ଅନ୍ୟ ବ୍ଲକ ଦର୍ଶାଯାଇଛି। ଏହି ଦୁଇଜଣ ହେଲେ ବଡ଼ସାହି ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ବୃଦ୍ଧ ଓ ମୋରଡ଼ା ବ୍ଲକ ଦାନ୍ତିଆମୁହାଁ ପଞ୍ଚାୟତର ଜଣେ ମହିଳା। ବୁଧବାର ସନ୍ଧ୍ୟାରେ ଉଭୟଙ୍କୁ ଯଥାକ୍ରମେ ବଡ଼ସାହି ବ୍ଲକ ଓ ମୋରଡ଼ା ବ୍ଲକ କୋଭିଡ଼ ଟିମ ସେମାନଙ୍କ ଘରୁ ନେଇ ଜିଲା କୋଭିଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ। ତେବେ ଗୁରୁବାର ପ୍ରକାଶ ପାଇଥିବା ତାଲିକାରେ ବୃଦ୍ଧଙ୍କୁ ଖୁଣ୍ଟା ବ୍ଲକ ଓ ମହିଳାଙ୍କୁ ବେତନଟୀ ବ୍ଲକ ତାଲିକାରେ ଉଲ୍ଲେଖ କରାଯାଇଛି।

ଏନେଇ ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରୋଗୀଙ୍କ ଠିକଣା ତ୍ରୁଟି ଜନିତ ପରବର୍ତ୍ତୀ ରେକର୍ଡ଼ପତ୍ର ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି କରିବ ବୋଲି ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର କହିଛନ୍ତି। ସ୍ୱାବ ସଂଗ୍ରହ ସମୟରେ ଆଧାର କାର୍ଡ଼ ଠିକଣା ଅନୁଯାୟୀ ରୋଗୀଙ୍କ ନାମ ପଞ୍ଜିକୃତ କରାଯାଉଥିବା ବେଳେ ତାଲିକାରେ ବଦଳିବା ପରିଚାଳନା ଗତ ତ୍ରୁଟି ବୋଲି ସେ ଅଭିଯୋଗ କରିଛନ୍ତି। ବେତନଟୀ ବ୍ଲକ ଦର୍ଶାଯାଇଥିବା ମହିଳା ଜଣଙ୍କ କେଉଁ ପଞ୍ଚାୟତର ବୋଲି ମଧ୍ୟାହ୍ନରେ ଅନେକ ସରପଞ୍ଚ ତାଙ୍କୁ ଫୋନ କରିଥିଲେ। କାରଣ ରୋଗୀ ଚିହ୍ନଟର ପରବର୍ତ୍ତୀ ପଦକ୍ଷେପ ପାଇଁ ପଞ୍ଚାୟତ ଉତ୍ତରଦାୟୀ ରହୁଛି।

- Advertisement -

ସେହିପରି ବଡ଼ସାହି ପ୍ରତାପପୁରରୁ ଚିହ୍ନଟଙ୍କ ଗ୍ରାମ ସାନନୂଆଗାଁରୁ ପୂର୍ବରୁ ୨ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ବଡ଼ସାହି ବ୍ଲକ ଦର୍ଶାଯାଇଥିବା ବେଳେ ଆଜିର ଚିହ୍ନଟ ଜଣଙ୍କ କେଉଁ ଆଧାରରେ ଖୁଣ୍ଟା ବ୍ଲକ ଦର୍ଶାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ସେହିପରି ଗୋପବନ୍ଧୁନଗର ବ୍ଲକ ଅଧୀନ କୁଶଳଦା ପଞ୍ଚାୟତର ସିମିଳାବନ୍ଧ ଗ୍ରାମରୁ ଚିହ୍ନଟ ମହିଳାଙ୍କୁ ଉଦଳା ବ୍ଲକର ବୋଲି ଦର୍ଶାଯାଇଥିବା ବେଳେ ସେହି ବ୍ଲକର ଟିଟିଆ ପଞ୍ଚାୟତରୁ ଚିହ୍ନଟ ୨ଜଣଙ୍କୁ ଖୁଣ୍ଟା ବ୍ଲକର ଦର୍ଶାଯାଇଥିଲା। ସେହିପରି ଖୁଣ୍ଟା ବ୍ଲକର ଭେଳାଗଡ଼ିଆ ଓ ଧାନଘେରା ପଞ୍ଚାୟତରୁ ଚିହ୍ନଟ ୨ଜଣ ଆକ୍ରାନ୍ତଙ୍କୁ ଗୋପବନ୍ଧୁନଗର ବ୍ଲକର ବୋଲି ଦର୍ଶାଯାଇଥିଲା। ଯଦି ସ୍ୱାବ ସଂଗ୍ରହ କେନ୍ଦ୍ରକୁ ଆଧାର କରି ବ୍ଲକ ନାମ ଉଲ୍ଲେଖ କରାଯାଉଛି, ତେବେ ଗୁରୁବାର ପ୍ରକାଶିତ ବେତନଟୀ ବ୍ଲକର ଯୋଦ୍ଧା ଜଣଙ୍କ ବଡ଼ସାହି ସ୍ୱାବ ସଂଗ୍ର୍ରହ କେନ୍ଦ୍ର ଜରିଆରେ ନିଜର ନମୁନା ପରୀକ୍ଷା ପାଇଁ ଦେଇଥିଲେ ହେଁ ତାଙ୍କୁ ବଡ଼ସାହି ବ୍ଲକରୁ ବାଦ ଦିଆଯାଇଛି। ଚିହ୍ନଟ ତାଲିକା କେଉଁ ଆଧାରରେ ବ୍ଲକ ନାମ ପ୍ରକାଶ କରାଯାଉଛି, ସେ ନେଇ ସଠିକ ଉତ୍ତର ମିଳିପାରିନି।

ବଡ଼ସାହି ବିଡ଼ିଓ ଦିଲ୍ଲିପ କୁମାର ମହାରଣାଙ୍କୁ ଏ ବିଷୟରେ ପଚାରିବାରୁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି ସେ କହିଛନ୍ତି। ବାରିପଦା ପୌରାଞ୍ଚଳର ରୋଗୀ ଭୂବନେଶ୍ୱରରେ ଚିହ୍ନଟ ହେବା ବେଳକୁ ମୟୂରଭଞ୍ଜ ଜିଲା ତାଲିକାରେ ଉଲ୍ଲେଖ ହେଉଥିବା ବେଳେ ଏଠାରେ ବ୍ଲକ-ବ୍ଲକ ନାମ ବଦଳିବା ପରବର୍ତ୍ତୀ ସମୟରେ ଅଡୁଆ ସ୍ଥିତି ସୃଷ୍ଟି କରିବ। ସରକାରଙ୍କ ନିକଟରୁ ଉପଲବ୍ଧ ହେବାକୁ ଥିବା ସହାୟତା ବା ପ୍ରତିକାର ମୂଳକ ବ୍ୟବସ୍ଥା ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟାକୁ ଭିତ୍ତିି କରି ଯଦି ପ୍ରଦାନ କରାଯିବ, ସେ ସମୟରେ ଅଡୁଆ ସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ସମୟ ପାଇଁ ମଧ୍ୟ ଏଭଳି ତାଲିକା ଚିନ୍ତା ଜନକ ରହୁଛି। କାରଣ ବ୍ଲକ ନାମ ବଦଳିବା ଫଳରେ ସମ୍ପୃକ୍ତ ୨ଟି ବ୍ଲକରେ ସମସ୍ତେ ବିଭ୍ରାନ୍ତିକର ସ୍ଥିତିରେ ରହୁଛନ୍ତି। କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ପାତ୍ର କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories