ବିଏସଏଫ୍‌-ପାକ୍‌ ରେଞ୍ଜର୍ସ ଫ୍ଲାଗ ବୈଠକ

0

ଜାମ୍ମୁ : ସୋମବାର ସନ୍ଧ୍ୟାରେ ଜାମ୍ମୁ ସହରରେ ବିଏସଏଫ୍‌ ଓ ପାକ୍‌ ରେଞ୍ଜର୍ସ ମଧ୍ୟରେ ଫ୍ଲାଗ ବୈଠକ ଅନୁଷ୍ଠିତ ହୋଇଛି। ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଉଭୟପକ୍ଷ ବୈଠକରେ ସମ୍ମତି ପ୍ରଦାନ କରିଥିଲେ ବୋଲି ବିଏସଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛି ବୋଲି ବିଏସଏଫ୍‌ ପକ୍ଷରୁ ଅଭିଯୋଗ ହୋଇଥିଲା। ଅନୁପ୍ରବେଶ ଘଟଣା ରୋକିବା ନିମନ୍ତେ ନିୟନ୍ତ୍ରଣ ରେଖାରେ ଉଠିଥିବା ସୁଉଚ୍ଚ ଘାସକୁ ସଫା କରିବାକୁ ପାକ୍‌ ରେଞ୍ଜର୍ସ୍‌କୁ ଅନୁରୋଧ କରାଯାଇଥିଲା। ବିଏସଏଫ୍‌ ୭୩ ଓ ୮୦ ବାଟାଲିୟନର କମାଣ୍ଡିଂ ଅଫିସର ଅନିଲ କୁମାର ଓ ଅନିଲ ବର୍ମା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାବେଳେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅସ୍ମିତ ଅଲ୍ଲୀ ପାକ୍‌ ରେଞ୍ଜର୍ସକୁ ପ୍ରତିନିଧିତ୍ୱ କରିଥିଲେ।

Leave A Reply