ମୋଟା ହେବାରୁ ରକ୍ଷାପାଇବା ପାଇଁ ପ୍ରତିଦିନ ଖାଆନ୍ତୁ ଜଳଖିଆ

0

ନୂଆଦିଲ୍ଲୀ : ପ୍ରାୟ ସମସ୍ତେ ଜାଣନ୍ତି ଅଧିକ ପରିମାଣର ଜଳଖିଆ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ। ଅଧିକ ମାତ୍ରାରେ ଜଳଖିଆ କରିବା ଦ୍ୱରା ବିଭିନ୍ନ ପ୍ରକାର ଶାରୀରିକ ରୋଗ ଦେଖାଦେଇଥାଏ। କିନ୍ତୁ ଏ ବିଷୟରେ ଆପଣଙ୍କୁ ଜଣାନଥିବ ଯେ ଜଳଖିଆ ନଖାଇବା ଦ୍ୱାରା ଆପଣ ଏକ ସମସ୍ୟାର ସମ୍ମୁଖିନ ହେବେ। ଜାଣିରଖନ୍ତୁ – ଯଦି ଆପଣଙ୍କର ଜଳଖିଆ ଖାଇବାର ଅଭ୍ୟାସ ନାହିଁ ତେବେ ସାବଧାନ ହୋଇଯାଆନ୍ତୁ। ଜଳଖିଆ ନଖାଇବା ଦ୍ୱାରା ଆପଣଙ୍କ ଓଜନ ବଢିଜିବା ସହିତ ଆପଣ ମୋଟା ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ସବୁଦିନ ଜଳଖିଆ ଖାଉଥିବା ଲୋକମାନେ ୧୦.୯ ପ୍ରତିଶତ ଲୋକଙ୍କ ତୁଳନାରେ ସବୁଦିନ ଜଳଖିଆ ଖାଉନଥିବା ୨୬.୭ ପ୍ରତିଶତ ଲୋକ ମୋଟାପଣର ଶିକାର ହୋଇଥାନ୍ତି।
ଆମେରିକାର ମେୟୋ କ୍ଲିନିକର ଡାକ୍ତର କେବିନ ସ୍ମିଥଙ୍କ କହିବା ଅନୁସାରେ ବେଳେବେଳେ ଜଳଖିଆ ଖାଇବାଦ୍ୱାରା ଶରୀରର ମୋଟାପଣ ବଢିବା ଏବଂ ଶରୀରର ଓଜନ ବଢିବା ସହିତ ଜଡିତ ଥାଏ। କେବେ ଜଳଖିଆ ଖାଉନଥିବା ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଯାଇଥାଏ। ଏହାଛଡା ଯେଉଁ ଲୋକ ମାନେ କେବେବି ଜଳଖିଆ ଖାଇନାହାନ୍ତି ସେହିମାନେ ପରବର୍ତ୍ତି ସମୟରେ ମାନିିଛନ୍ତି ଯେ ଜଳଖିଆ ଖାଇନଥିବା ହେତୁ ସେମାନେ ମୋଟା ହୋଇ ଯାଇଛନ୍ତି।

Leave A Reply