www.samajalive.in
Sunday, December 7, 2025
16.1 C
Bhubaneswar

‘କାଳିଆ’ ପରେ ‘ବଳିଆ’; ଆଉ ଏକ ନିର୍ବାଚନୀ ଧୂଆଁବାଣ : ନିରଞ୍ଜନ

ଭୁବନେଶ୍ୱର : ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କ ପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଆଗାମୀ ୨ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ପାଇଁ ୧ହଜାର ୪୦କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଠିକ୍‌ ୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ। ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ। ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବାର ପ୍ରମାଣ ମିଳିବାପରେ ସରକାର ସେମାନଙ୍କଠାରୁ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରିଥିଲେ।
ଏହି ତାଲିକାରେ ସରକାରୀ କର୍ମଚାରୀ, ଆୟକର ଦେଉଥିବା ବ୍ୟକ୍ତିବିଶେଷ, ଏକ ପରିବାରରୁ ଅନେକ ବ୍ୟକ୍ତିଙ୍କର ଅନ୍ତର୍ଭୁକ୍ତ ଏଭଳିକି ଅନେକ ନାବାଳକ ନାମ ମଧ୍ୟ ରହିଥିବା ପ୍ରମାଣ ମିଳିଛି। ଏହି ସମୟ ଭିତରେ କେନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନା ପ୍ରଣୟନ କରି ବର୍ଷକୁ ପାଖାପାଖି ୩୭ଲକ୍ଷ ଚାଷୀ ପରିବାରକୁ ୬ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ଓଡ଼ିଶା ସରକାର କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ ଯୋଜନା ସାଥିରେ ମିଶାଇ ଯୋଗ୍ୟ ହିତାଧିକାରୀଙ୍କୁ ମାତ୍ର ୪ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ବଳିଆ ଯୋଜନା ନାଁରେ ଭୂମିହୀନ ଚାଷୀଙ୍କୁ ୫ଜଣିଆ ଗୋଷ୍ଠୀ କରି ଯେଉଁ ଋଣ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ସୁଦ୍ଧା ଓଡ଼ିଶାରେ ଭାଗଚାଷୀ ଚିହ୍ନଟ ପ୍ରକ୍ରିୟା ହୋଇପାରିନାହିଁ। ସେମାନଙ୍କୁ ଋଣ ପ୍ରଦାନ ପାଇଁ ଜମି ମାଲିକମାନେ ଅଧିକୃତ ଭାଗଚାଷୀ ଭାବରେ ବିଧିବଦ୍ଧ ସ୍ୱୀକୃତି ମିଳିବ କି ନାହିଁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪ଲକ୍ଷ ୨୭ହଜାରରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ କାମ କରୁଛନ୍ତି। ସରକାରଙ୍କ କାଳିଆ ଯୋଜନା ପରେ ବଳିଆ ଯୋଜନା କଲେ ଏହାପରେ ଭଉଣୀଙ୍କ ପାଇଁ ସୁଭଦ୍ରା ଯୋଜନା ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ। ସରକାର ଯଦି କୃଷି ଓ କୃଷକର ଉନ୍ନତି ଚାହୁଁଛନ୍ତି ତେବେ ଏପରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଧୂଆଁବାଣ ନକରି ବାସ୍ତବ ରୂପରେଖ ସହ ଯୋଜନା ପ୍ରସ୍ତୁତ କରିବାପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ପଟ୍ଟନାୟକ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories