www.samajalive.in
Monday, December 8, 2025
14.1 C
Bhubaneswar

ନେପାଳ ସୀମା ବିବାଦ: ସର୍ବଦଳୀୟ ବୈଠକ ଡାକି ପରସ୍ପର ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: ନେପାଳ ଭାରତର ୩ଟି ଅଞ୍ଚଳକୁ ନିଜ ନକ୍ସାରେ ସାମିଲ କରିଛି। ଏହାକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ସୀମା ବିବାଦର ସୂତ୍ରପାତ ହୋଇଛି। ନେପାଳ ସହିତ ଭାରତର ମଜଭୁତ ସମ୍ପର୍କ ରହିଆସିଥିବାବେଳେ ବର୍ତ୍ତମାନର କମ୍ୟୁନିଷ୍ଟ ଶାସକ କେ.ପି. ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଦୁଇ ଦେଶ ମଧ୍ୟ​‌ରେ ସମ୍ପର୍କକୁ ତିକ୍ତ କରିଛି। ନେପାଳ ସହିତ ଶ୍ରୀକ୍ଷେତ୍ରର ସମ୍ପର୍କ ମଧ୍ୟ ରହିଛି। ତେଣୁ ବିବାଦର ସମାଧାନ କରିବାକୁ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସାମାଜିକ, ସାଂସ୍କୃତିକ, ଧାର୍ମିକ, ଆଧ୍ୟାତ୍ମିକ କ୍ଷେତ୍ରର ବିଶ୍ଵସ୍ତ ପ୍ରତିନିଧିଙ୍କ ସହିତ ସର୍ବଦଳୀୟ ବୈଠକ ଡକାଇ ପରସ୍ପର ମଧ୍ୟରେ ସଦ୍‌ଭାବପୂର୍ଣ୍ଣ ଆଲୋଚନା ମାଧ୍ୟମରେ ନେପାଳର ସର୍ବଭୌମତ୍ଵକୁ ଦୃଷ୍ଟିରେ ରଖି ଦୂରଦର୍ଶିତାପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଶଙ୍କରାଚାର୍ଯ୍ୟ କହିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories